ଏଣିକି ବଦଳିଲା ଗ୍ୟାସ୍ ସିଲିଣ୍ଡରର ହୋମ୍ ଡେଲିଭରୀ ସମ୍ୱନ୍ଧିତ ଆଇନ, ଜାଣନ୍ତୁ କଣ ରହିଛି ନୂଆ ନିୟମ…

ନୂଆଦିଲ୍ଲୀ: ଏଣିକି ରନ୍ଧନ ଗ୍ୟାସର ଆବଣ୍ଟନ ପ୍ରକ୍ରିୟା ବଦଳିଛି । ଏହି ନୂଆ ପ୍ରକ୍ରିୟା ନଭେମ୍ୱର ୧ରୁ ସାରା ଦେଶରେ ଲାଗୁ ହେବ । ବିଶେଷ କରି ସିଲିଣ୍ଡରର କଳାବଜାରୀ ଓ ଚୋରି ରୋକିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସରକାର ଯୁକ୍ତି ବାଢିଛନ୍ତି । ଏକ ନଭେମ୍ୱର ପରେ ସିଲିଣ୍ଡର ଆବଣ୍ଟନ ବେଳେ ଏକ ଓଟିପିର ଆବଶ୍ୟକତା । ଗ୍ରାହକଙ୍କ ପାଖକୁ ପ୍ରଥମେ ଏକ ୱାନ୍ ଟାଇମ୍ ପାସୱାର୍ଡ ଯିବ । ପାସୱାର୍ଡ ଡେଲିଭରୀ ବୟେ ସହ ଓଟିପି ସେୟାର କରିବା ପରେ ହିଁ ପ୍ରକ୍ରିୟା ଆଗକୁ ବଢିବ ।

ନଚେତ୍ ସିଲିଣ୍ଡର ମିଳିବା ସମ୍ଭବ ନୁହେଁ । ଯେଉଁ ଗ୍ରାହକମାନେ ବିତରକ ପାଖରେ ନିଜର ମୋବାଇଲ ନମ୍ୱର ପଞ୍ଜିକରଣ କରାଇ ନଥିବେ ସେମାନଙ୍କ ପାଇଁ ମଧ୍ୟ ସୁବିଧା ରଖାଯାଇଛି । ଜେଲିଭରି ବୟେ ପାଖରେ ଏକ ମୋବାଇଲ ଆପ୍ ଉପଲବ୍ଧ ଥିବ । ଗ୍ରାହକ ଉକ୍ତ ଆପ୍ ସହାୟତାରେ ନିଜ ମୋବାଇଲ ନମ୍ୱରକୁ ପଞ୍ଜୀକରଣ କରାଇପାରିବେ । ତେବେ ପ୍ରାଥମିକ ପର୍ଯ୍ୟାୟରେ ତେଲ କମ୍ପାନୀଗୁଡିକ ଏହି ଓଟିପି ବେସ୍ ହୋମ୍ ଡେଲିଭରୀ ସିଷ୍ଟମକୁ କେବଳ ଶହେ ସ୍ମାଟ ସିଟିରେ ଲାଗୁ କରିବେ । ତେବେ ଏଥିଲା ମୋବାଇଲ ନମ୍ୱର କଥା ।

ମାତ୍ର ନିଜ ପରିଚୟ ସମ୍ପର୍କିତ ତ୍ରୁଟି ଥିଲେ ମଧ୍ୟ ଗ୍ୟାସ ସିଲିଣ୍ଡର ମିଳିବା ନେଇ ସମସ୍ୟା ଉପୁଜିବ । ଆମୂଳଚୂଳ ତଥ୍ୟ ଠିକ୍ ନଥିଲେ ସିଲିଣ୍ଡର ମିଳିବ ନାହିଁ । ତେଣୁ କମ୍ପାନୀମାନେ ଗ୍ରାହକଙ୍କୁ ନିଜ ପରିୟ ସମ୍ୱନ୍ଧୀତ ତଥ୍ୟକୁ ଠିକ୍ କରିବା ପାଇଁ ନିବେଦନ କରିଛନ୍ତି । ବିତରକଙ୍କ ପାଖରେ ପହଞ୍ଚି ତଥ୍ୟ ଯାଞ୍ଚ କରି ଗ୍ରାହକମାନେ ସଠିକ ପରିଚୟ ଦେଇପାରିବେ ବୋଲି ତେଲକମ୍ପାନୀ ପକ୍ଷରୁ କୁହାଯାଇଛି ।

Leave a Reply