ହାଇଦରକୁ ଏନ୍କାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC
1 min readଭୁବନେଶ୍ୱର: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି OHRC । ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି। । ଖସିଯିବାକୁ ଚେଷ୍ଟା କରିବାବେଳେ ଗତ ୨୪ ତାରିଖରେ ହାଇଦରକୁ ଏନ୍କାଉଣ୍ଟର କରିଥିଲା। ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଥିଲା ସେକ ହାଇଦର। ପୋଲିସ କବଳରୁ ଖସି ଅନ୍ୟତ୍ର ପଳାଇଯିବାକୁ ମଧ୍ୟ ପ୍ରୟାସରତ କରୁଥିଲାବେଳେ ହାଇଦରକୁ ଏନକାଉଣ୍ଚର କରିଥିଲା ପୋଲିସ୍।