‘Oh My Dog’ର ଟ୍ରେଲର ରିଲିଜ୍‌

1 min read

ମୁମ୍ବାଇ: ସୋମବାର ଆମାଜନ୍‌ ପ୍ରାଇମର ଅପକକିଂ ଫିଲ୍ମ ‘ Oh My Dog’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ ଜଣେ ଯୁବକ ଏବଂ ତାଙ୍କ ସାଇବରେରିଆନ୍‌ କୁକୁର ମଧ୍ୟରେ ଥିବା ଘନିଷ୍ଠ ବନ୍ଧୁତା ନଜର ଆସିଛି । ଫିଲ୍ମ ଏପ୍ରିଲ ୨୧ରେ ସିନେମାଘରେ ରିଲିଜ୍‌ ହେବାକୁ ଯାଉଛି ।  ଫିଲ୍ମରେ ଅଭିନେତା ଅରୁଣ ବିଜୟଙ୍କ ପୁଅ ଅର୍ଣ୍ଣବ ବିଜୟ ଡେବ୍ୟୁ କରିବାକୁ ଯାଉଛନ୍ତି ।

ଅଭିନେତ୍ରୀ ସମନ୍ଥା ଫିଲ୍ମର ଟ୍ରେଲରକୁ ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରି ଏକ ସୁନ୍ଦର କାହାଣୀ ବୋଲି ଲେଖିଛନ୍ତି  । ସମନ୍ଥା କୁକୁରଙ୍କୁ ଖୁବ୍‌ ସ୍ନେହ କରନ୍ତି ।  ଯାହା ତାଙ୍କ ସୋସିଅଲ ମିଡିଆ ଆକାଉଣ୍ଟ ଦେଖିଲେ ଜଣାପଡ଼ୁଛି।

2D ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମାଣ ହେଉଥିବା ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ସରୋଭ ସନମୁଗମ୍‌ । ଫିଲ୍ମ ଏକ ଭାବବିହ୍ୱଳ କଲାଭଳି  କାହାଣୀ ଉପରେ ଆଧାରିତ ।

ତେବେ ଫିଲ୍ମ ଏକ ଇମୋଶନାଲ କାହାଣୀ ଉପରେ ଆଧାରିତ ଏବଂ ସମ୍ପର୍କର ଏକ ଭିନ୍ନ ଚିତ୍ର ଫିଲ୍ମରେ ଚିତ୍ରିତ ହୋଇଛି ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ  ସୂର୍ଯ୍ୟ । ମଣିଷ ଏବଂ ପଶୁ ମଧ୍ୟରେ ଥିବା ପ୍ରେମ, ବନ୍ଧୁତା ଏବଂ ଦୟା ଫିଲ୍ମରେ ନଜର ଆସିବ । ତେବେ ଏହା ଏଭଳି ଏକ ଫିଲ୍ମ ଯାହାକୁ ପୂରା ପରିବାର ଏକାଠି ଦେଖିପାରିବେ ଏବଂ ବିଶେଷକରି ପଶୁପ୍ରେମୀ ଏବଂ ଛୋଟ ପିଲାଙ୍କୁ ଫିଲ୍ମଟି ବେଶ୍‌ ପସନ୍ଦ ଆସିବ ବୋଲି କହିଛନ୍ତି ଫିଲ୍ମର ପ୍ରଯୋଜକ ସୂର୍ଯ୍ୟ ।