ଆଜି ଅଫ୍‌ଲାଇନ୍‌ରେ ପରୀକ୍ଷା ଦେବେ ଅସନ୍ତୁଷ୍ଟ ଯୁକ୍ତ ୨ ଛାତ୍ରଛାତ୍ରୀ

ଭୁବନେଶ୍ୱର; ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା । ରାଜ୍ୟର ମୋଟ ୧୩ ହଜାର ୪୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସକାଳ ୧୦ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୯ଟା ୧୫ ରେ ପରୀକ୍ଷା ହଲ ଭିତରକୁ ଯାଞ୍ଚ ପରେ ପ୍ରବେଶ କରିବେ । ମାସ୍କ ସାନିଟାଇଜେସନକୁ ବାଧ୍ୟତାମୂଳକ କରାଯାଇଛି । ପିଇବା ପାଣି ନିଜ ସାଙ୍ଗରେ ପରୀକ୍ଷା ହଲକୁ ନେଇ ପାରିବେ ଛାତ୍ରଛାତ୍ରୀ । କଳାରେ ୯ ହଜାର ୧୪୪ ଜଣ, ବିଜ୍ଞାନରେ ୨ ହଜାର ୩୧୧, ବାଣିଜ୍ୟରେ ୬୨୨ ସହ ଧନ୍ଦାମୂଳକ ଶିକ୍ଷାରେ ୪୪୦ ଏବଂ କରେସପଣ୍ଡେଣ୍ଟ କୋର୍ସରେ ୫୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ଆଏଥିପାଇଁ ୧୮୫ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଗଞ୍ଜାମରେ ସର୍ବାଧିକ ୧୪ଟି ସେଣ୍ଟର, କଟକରେ ୧୨ଟି, ବାଲେଶ୍ୱର ୧୦ଟି ଏବଂ ଭୁବନେଶ୍ୱରରେ ୩ଟି ସେଣ୍ଟର ହୋଇଛି । କଣ୍ଟାବାଞ୍ଝିରେ ଗୋଟିଏ ସ୍କୁଲରେ ସର୍ବାଧିକ ୨୧୫ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ସୁନ୍ଦରଗଡ କୋଇଡାରେ ମାତ୍ର ୫ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଇଛି ।

 

Leave a Reply