ପ୍ରକାଶ ପାଇବ ଅଫଲାଇନ୍ +2 ପରୀକ୍ଷା ଫଳ, 13 ହଜାର 43 ଜଣ ଛାତ୍ରଛାତ୍ରୀ କରିଥିଲେ ଆବେଦନ

1 min read

ଭୁବନେଶ୍ୱର:  ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫ ଲାଇନ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ମିଳିଛି  ।  ସନ୍ଧ୍ୟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ www. orissaresults.nic.in ରେ ପ୍ରକାଶ ପାଇବ ରେଜଲ୍ଟ । ଚଳିତ ବର୍ଷ କୋଭିଡ କଟକଣାକୁ ଅନୁପାଳନ କରାଯାଇ ପରୀକ୍ଷା ହୋଇନଥିଲା  । ପୂର୍ବ ପରୀକ୍ଷାର ମାର୍କ ମୁତାବକ ଫଳ ପ୍ରକାଶ ପାଇଥିଲା  । ଗୋଟେପଟେ ଚଳିତବର୍ଷ ଯୁକ୍ତ ଦୁଇଦରେ ଭଲ ରେଜଲ୍ଟ ହୋଇଥିବାବେଳେ ଅନ୍ୟପଟେ କିଛି ଛାତ୍ରଛାତ୍ରୀ ରେଜଲ୍ଟକୁ ନେଇ ନାଖୁସ ରହିଥିଲେ  ।

ଉଚ୍ଚ ଶିକ୍ଷା ବିଭାଗର ସୂଚନା ରହିଥିଲା, ଯେଉଁମାନେ ମାର୍କରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ ପରୀକ୍ଷା ଦେଇପାରିବେ  । ତେଣୁ ଏଥିପାଇଁ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆବେଦନ ପତ୍ର ଭରିଥିଲେ  । ଅକ୍ଟୋବର ୧ ରୁ ୧୧ ତାରିଖ ଯାଏଁ ଅଫଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ବିକଳ୍ପ ମୂଲ୍ୟାୟନରେ ଅସନ୍ତୁଷ୍ଟ ହୋଇଥିବା ରାଜ୍ୟର 13 ହଜାର 43 ଜଣ ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ତେବେ ଆଜି ସଂନ୍ଧ୍ୟାରେ ଅଫଲାଇନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି  ।

Leave a Reply