ଢେଙ୍କାନାଳରେ ଗ୍ରୋସରି ଦୋକାନରେ ବିକ୍ରି ହେଉଛି ମଦ !
ଢେଙ୍କାନାଳ: ମଦ କେଉଁଠି ମିଳୁଛି…କେତେବେଳେ ମିଳୁଛି… ଏକଥା ଆପଣ ନଜାଣି ପରାନ୍ତି କିନ୍ତୁ ଜାଣିବାଲୋକ ଠିକ୍ ଜାଣିପାରିବେ । ଚିନି ପାଖରେ ଯେମିତି ପମ୍ପୁଡ଼ି ପହଞ୍ଚି ଯାଏ ଠିକ୍ ସେମିତି ମଦ ପାଖରେ ମଦୁଆ ପହଞ୍ଚୁଛନ୍ତି । ଏମିତି ଏକ ଘଟଣା ଦେଖାଦେଇଛି ଢେଙ୍କାନାଳରେ । ସରକାର ଅଫ ଲାଇନରେ ମଦ ବିକ୍ରି ପାଇଁ ଅନୁମତି ଦେଇ ନଥିବାବେଳେ ହୋମ୍ ଡେଲିଭରି ଆଳରେ ପରିବା, ଗ୍ରୋସରି ଦୋକାନରେ ମିଳୁଛି ବିପୁଳ ପରିମାଣର ମଦ । ମଦ ଦୋକାନଗୁଡିକରେ ତାଲା ପଡ଼ିଥିବାବେଳେ ଦୋକାନର ପଛ ପଟେ ଚାଲିଛି ଖୁଲମଖୁଲା କାରବାର । ଅବକାରୀ ବିଭାଗର କିଛି ଦୂରରେ ଚାଲିଛି ମଦର ବେଧଡ଼କ କାରବାର । ଏହାକୁ ନେଇ ଅବକାରୀ ଅଧିକାରୀଙ୍କ ମନ୍ତବ୍ୟ ମଧ୍ୟ ତଦ୍ରୁପ । ତାଙ୍କ କହିବା ଅନୁସାରେ ସବୁ କିଛି ଠିକ ଚାଲିଛି ।
ଦୁଇ ମାସର ଲକଡାଉନ ପରେ ଏବେ ଅନଲାଇନ ମଦ ବିକ୍ରିକୁ ସରକାର ଅନୁମତି ଦିଆଯାଇଛି । ଫୋନ, ମେଲ ଓ ହ୍ଵାଟସଆପ୍ରେ ଗ୍ରାହକ ମଦ ପାଇଁ ଅର୍ଡର କରୁଛନ୍ତି । କିନ୍ତୁ ଢେଙ୍କାନାଳର ଏ ଦୃଶ୍ୟ ଆପଣଙ୍କୁ ଚିନ୍ତାରେ ପକାଇଦେବ ନିଶ୍ଚୟ । ସବୁ ନିୟମକୁ ଫୁ କରି ସହରରେ ଚାଲିଛି ମନଇଛା କାରବାର । ଦେଖନ୍ତୁ ଏହାର କିଛି ଦୃଶ୍ୟ..
ପ୍ରଥମ ଦୃଶ୍ୟ: ଏ ହେଉଛି ଢେଙ୍କାନାଳ ବସ୍ଷ୍ଟାଣ୍ଡ ଆଉ ଦିନ ଦ୍ୱିପ୍ରହରରେ ଦେଖନ୍ତୁ କେମିତି ବସ୍ତାରେ ଚାଲିଛି ମଦ ବିକ୍ରି ।
ଦ୍ୱିତୀୟ ଦୃଶ୍ୟ: ଦୋକାନ ଆଗରେ ତାଲା ଝୁଲୁଛି ଦୋକାନ ବନ୍ଦ ବୋଲି..ହେଲେ ପଛପଟେ ଚାଲିଛି ବେଧଡ଼କ ମଦ କାରବାର ।
ତୃତୀୟ ଦୃଶ୍ୟ : ଜାତୀୟ ରାଜପଥ ୫୫ କଡ଼ରେ ଥିବା ମଦ ଦୋକାନର ଦୃଶ୍ୟ । ପୂରା ଦୋକାନ ଖୋଲା ରହିଛି । ଆଗରେ ଗ୍ରାହକଙ୍କ ଭିଡ଼ । କ୍ୟାମେରା ଦେଖିବା ପରେ ଦୋକାନୀ ଦୋକାନ ବନ୍ଦ କରିଦେଉଛନ୍ତି ।
୪ର୍ଥ ଦୃଶ୍ୟ: ଏଠି ଗ୍ରୋସରି ଦୋକାନରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଗ୍ରୋସରି ପାଇଁ ନୁହେଁ ମଦ ପାଇଁ ଲାଗିଛି ଭିଡ଼ । ଦେଖନ୍ତୁ କିପରି ଦୋକାନ ଭିତରେ ବସ୍ତାରେ ମଦ ନେବା ପାଇଁ ଗ୍ରାହକ ପ୍ରସ୍ତୁତ । ଆଉ କ୍ୟାମେରା ଉପରେ ନଜର ପଡ଼ିବା ପରେ ବାବୁ ଗାଏବ ।
ପଞ୍ଚମ ଦୃଶ୍ୟ : ଏଠି ଗାଡ଼ି ପାଖରେ କିଛି ଯୁବକଙ୍କ ଭିଡ଼ ଲାଗିଛି । ଏଠାରେ ମଧ୍ୟ ସେହି ଏକଭଳି ଚାଲିଛି ମଦ ବିକ୍ରି ।
ଷଷ୍ଠ ଦୃଶ୍ୟ: ଏ ହେଉଛି ବିଭାଗୀୟ ଅଧିକାରୀଙ୍କ ଷ୍ଟକ ଯାଞ୍ଚର ଭିଜୁଆଲ । ଧର୍ମକୁ ଆଖିଠାର ନ୍ୟାୟରେ ବାବୁମାନେ ଦୋକାନ ଖୋଲି ଷ୍ଟକ ଯାଞ୍ଚ କରୁଛନ୍ତି । କିନ୍ତୁ ସତ ବାହାରକୁ ଆସୁନି । କେମିତି ମଦ ବିକ୍ରି ହେଉଛି ଜାଣିବା ପାଇଁ ଉପର ଭିଡିଓକୁ କ୍ଲିକ୍ କରି ଦେଖନ୍ତୁ ଓ କମେଣ୍ଟ୍ ଦିଅନ୍ତୁ ।