ଅଫିସ୍ କାମ ଛାଡ଼ି ମଦ ଭୋଜିରେ ମାତିଛନ୍ତି ଅଫିସର, ଭିଡିଓ ଭାଇରାଲ୍

Officer's Drinking Video Viral Brahmapur

ବ୍ରହ୍ମପୁର: ଅଫିସ୍ ଖୋଲା, ଚେୟାର ଟେବୁଲ୍ ଖାଲି । ଜଳୁଛି ଲାଇଟ୍, ବୁଲୁଛି ଫ୍ୟାନ୍ । ହେଲେ ଅଫିସରେ ନାହାଁନ୍ତି କେହି କର୍ମଚାରୀ । ଡ୍ୟୁଟି ସମୟରେ ଅଫିସ୍ ଗାଡ଼ି ଧରି ଭୋଜି କରୁଛନ୍ତି ବାବୁ । ଭୋଜି ସହ ଚାଲିଛି ମଦ ଆସର । ହାତରେ ମଦ ଗ୍ଲାସ ଧରି ଡ୍ୟୁଟି ବେଳେ ପାର୍ଟି କରୁଛନ୍ତି ସରକାରୀ ବାବୁ । ଅଫିସ ସମୟରେ ସୁନାପୁର ବେଳାଭୂମିରେ ମଦ ଭୋଜିର ଆୟୋଜନ କରିଛନ୍ତି ବ୍ରହ୍ମପୁରର ଜଳ ନିକାଶ ସବଡିଭିଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର କିଛି ବାବୁ ମାନେ ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏମାନେ ମଦ ଭୋଜିର ଆୟୋଜନ ବେଳେ ସରକାରୀ ଗାଡ଼ିକୁ ବି ବ୍ୟବହାର କରିଛନ୍ତି । ଠିକାଦାରଙ୍କ ଉପସ୍ଥିତିରେ ମଦର ଆସର ଜମିଥିବା ଚର୍ଚ୍ଚା ହେଉଛି । ଅନ୍ୟ ପଟେ ଅଫିସରେ କେହି ନଥିବା ଯୋଗୁ ଲୋକେ ନିରାଶ ହୋଇ ଫେରୁଛନ୍ତି । ଭିଡିଓ ସୁଟିଂ ବେଳେ ବାବୁ ମାନେ ନିଜକୁ ପିଅନ ବୋଲି ପରିଚୟ ଦେଇଛନ୍ତି ।

Leave a Reply