RTI ଅନ୍ତର୍ଭୁକ୍ତ ହେବ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ
1 min readନୂଆଦିଲ୍ଲୀ : ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆଜି ଆଉ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୯ ବର୍ଷ ଧରି ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ରାୟ ପ୍ରକାଶ ପାଇଛି । ଏଣିକି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ କାର୍ଯ୍ୟାଳୟ ସୂଚନା ଓ ଅଧିକାର ଆଇନ ପରିସରଭୁକ୍ତ ହୋଇପାରିବ ।
ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ନିଜ ରାୟରେ କହିଛନ୍ତି ଯେ, ସାମ୍ବିଧାନିକ ଗଣତନ୍ତ୍ରରେ କେହି ମଧ୍ୟ ଆଇନର ଉର୍ଧ୍ୱରେ ନୁହନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ଏବଂ ଅନ୍ୟ ୩ ଜଣ ବିଚାରପତି ଏଥିରେ ସହମତି ପ୍ରକାଶ କରିବା ସହ କହିଛନ୍ତି ଯେ, ସ୍ୱଚ୍ଛତା ଓ ସ୍ୱାୟତ୍ତତା ସବୁଠି ରହିବା ଉଚିତ୍ ।
୨୦୧୦ରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟକୁ ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକାର କରିବା ସହ ଏହା ବିରୋଧରେ ପଡ଼ିଥିବା ସେକ୍ରେଟାରୀ ଜେନେରାଲଙ୍କ ପିଟିସନକୁ ଖାରଜ୍ କରିଦେଇଛନ୍ତି ।
ବ୍ୟକ୍ତିଗତ ଜୀବନରେ ଗୋପନୀୟତାର ଅଧିକାରକୁ ଗୁରୁତ୍ୱ ଦେଇଛନ୍ତି କୋର୍ଟ । ବିଚାରପତିଙ୍କ କ୍ଷେତ୍ରରେ ସ୍ୱଚ୍ଛତା ରହିବା ସହ ଅଧିକାର ଯେଭଳି କ୍ଷୁର୍ଣ୍ଣନହୁଏ ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି । ଜଷ୍ଟିସ୍ ଏନ.ଭି ରମଣା ଏବଂ ଜଷ୍ଟିସ୍ ଡି.ଓ୍ୱାଇ ଚନ୍ଦ୍ରଚୂଡ ଏହି ରାୟକୁ ନେଇ ଭିନ୍ନ ମତ ପ୍ରକାଶ କରିଥିଲେ । ବୃହତ୍ତର ବେଞ୍ଚରେ ସବୁ ପକ୍ଷକୁ ବିଚାରକୁ ନେଇ ମାମଲାର ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ')}