ଭୁବନେଶ୍ୱର: ସିବିଏସଇ ଦଶମ ଫଳ ଓ ଦ୍ବାଦଶ ଫଳ ପ୍ରକାଶିତ । ଦଶମରେ ପାସ୍ ହାର ୯୪ ଦଶମିକ ୪୦ ପ୍ରତିଶତ ଥିବାବେଳେ ଦ୍ବାଦଶରେ ପାସ୍‌ ହାର ରହିଛି ପାସ ହାର ୯୨ ଦଶମିକ ୭୧ ପ୍ରତିଶତ । ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ଛାତ୍ର ଓ ଛାତ୍ରୀଙ୍କ କମିଛି ପାସ୍ ହାର । ଦଶମ ପରୀକ୍ଷାରେ ଭୁବନେଶ୍ବର ରିଜନର ସ୍ଥାନ ସପ୍ତମରେ ଥିବାବେଳେ ଦ୍ବାଦଶରେ ଭୁବନେଶ୍ବରର ସ୍ଥାନ ରହିଛି ୧୩ରେ । ଦଶମରେ ଭୁବନେଶ୍ବର ମଦର୍ସ ପବ୍ଲିକ ସ୍କୁଲର ଶ୍ରେୟା ପଟ୍ଟନାୟକ ରଖିଛନ୍ତି ୫୦୦ରୁ ୫୦୦ ମାର୍କ ।

ପ୍ରକାଶ ପାଇଲା ସିବିଏସଇ ଦଶମ ଫଳ ଓ ଦ୍ବାଦଶ ଫଳ । ଦଶମରେ ପାସ୍ ହାର ୯୪ ଦଶମିକ ୪୦ ପ୍ରତିଶତ । ଗତବର୍ଷ ପାସ୍ ହାର ୯୯ ଦଶମିକ ୦୪ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ହ୍ରାସ ପାଇଛି ପାସ୍ ହାର । ଗତବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ଛାତ୍ର ଓ ଛାତ୍ରୀଙ୍କ କମିଛି ପାସ୍ ହାର । ଚଳିତବର୍ଷ ୬୪ ହଜାର ୯୦୮ ଛାତ୍ରଛାତ୍ରୀ ୯୫ ପ୍ରତିଶତରୁ ଅଧିକ ମାର୍କ ରଖିଥିବାବେଳେ ୨ଲକ୍ଷ ୩୬ ହଜାର ୯୯୩ ଛାତ୍ରଛାତ୍ରୀ ରଖିଛନ୍ତି ୯୦ ପ୍ରତିଶତରୁ ଅଧିକ ମାର୍କ । ୧ ଲକ୍ଷ ୭ ହଜାର ୬୮୯ ଛାତ୍ରଛାତ୍ରୀ କମ୍ପାର୍ଟମେଣ୍ଟରେ ପାସ୍ କରିଛନ୍ତି । ପରୀକ୍ଷା ଦେଇଥିଲେ ମୋଟ ୨୧ ଲକ୍ଷ ୧୬ ହଜାର ୨୯୦ ଛାତ୍ରଛାତ୍ରୀ ।

ଗତବର୍ଷ ୯୯ ଦଶମିକ ୨୪ ପ୍ରତିଶତ ଛାତ୍ରୀ ପାସ୍ କରିଥିବାବେଳେ ଚଳିତ ବର୍ଷ ଛାତ୍ରୀଙ୍କ ପାସ୍ ହାର ରହିଛି ୯୫ ଦଶମିକ ୨୧ ପ୍ରତିଶତ । ଗତବର୍ଷ ୯୮ ଦଶମିକ ୮୯ ପ୍ରତିଶତ ଛାତ୍ର ପାସ୍ କରିଥିବାବେଳେ ଚଳିତ ବର୍ଷ ଛାତ୍ରଙ୍କ ପାସ୍ ହାର ରହିଛି ୯୩ ଦଶମିକ ୮୦ ପ୍ରତିଶତ । ସିବିଏସଇ ଦଶମ ପରୀକ୍ଷାରେ ଦେଶରେ ମୋଟ ୧୬ଟି ରିଜନରୁ ଭୁବନେଶ୍ବର ରିଜନର ସ୍ଥାନ ରହିଛି ସପ୍ତମରେ । ଭୁବନେଶ୍ବର ରିଜନର ପାସ୍ ହାର ରହିଛି ୯୬ ଦଶମିକ ୪୬ ପ୍ରତିଶତ । ସର୍ବାଗ୍ରେ ରହିଛି ତ୍ରିଭେନ୍ଦ୍ରନ ରିଜନ । ଏହାର ପାସ୍ ହାର ରହିଛି ୯୯ ଦଶମିକ ୬୮ ପ୍ରତିଶତ । ଭୁବନେଶ୍ବର ମଦର୍ସ ପବ୍ଲିକ ସ୍କୁଲର ଶ୍ରେୟା ପଟ୍ଟନାୟକ ରଖିଛନ୍ତି ୫୦୦ରୁ ୫୦୦ ମାର୍କ ।

ସେପଟେ ସିବିଏସଇ ଦ୍ବାଦଶ ପରୀକ୍ଷାର ବି ପ୍ରକାଶ ପାଇଛି ଫଳ । ପାସ ହାର ୯୨ ଦଶମିକ ୭୧ ପ୍ରତିଶତ ରହିଛି । ୯୧ ଦଶମିକ ୨୫ ପ୍ରତିଶତ ଛାତ୍ର ପାସ୍‌ କରିଥିବା ବେଳେ ୯୪ ଦଶମିକ ୫୪ ପ୍ରତିଶତ ଛାତ୍ରୀ ପାସ୍‌ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୭ ଦଶମିକ ୦୪ ପ୍ରତିଶତ ରହିଛି । ଚଳିତବର୍ଷ ୧୪ଲକ୍ଷ ୩୫ହଜାର ୩୬୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୩ଲକ୍ଷ ୩୦ହଜାର ୬୨୨ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

ପାସ୍ ହାରରେ ପ୍ରଥମରେ ରହିଛି ଥିରୁଅନନ୍ତପୁରମ୍ ରିଜନ । ବେଙ୍ଗାଳୁରୁ ଦ୍ବିତୀୟରେ ରହିଥିବା ବେଳେ ଚେନ୍ନାଇ ତୃତୀୟ ସ୍ଥାନରେ ରହିଛି । ୯୦ ଦଶମିକ ୩୭ ପ୍ରତିଶତ ରେଜଲ୍ଟ କରି ୧୩ତମ ସ୍ଥାନରେ ରହିଛି ଭୁବନେଶ୍ବର ରିଜନ । ଉତ୍ତରପ୍ରଦେଶ ନୋଇଡାର ଯୁବାକ୍ଷୀ ବିଗ୍ ୫୦୦ ମାର୍କରୁ ୫୦୦ ହାସଲ କରିଛନ୍ତି । ସେହିପରି ଉତ୍ତରପ୍ରଦେଶ ବୁଲନ୍ଦ ସହରର ତାନିୟା ସିଂ ବି ହାସଲ କରିଛନ୍ତି ୫୦୦ରୁ ୫୦୦ ମାର୍କ ।