‘ମାଷ୍ଟର ସେଫ୍’ରେ ବିକାଶଙ୍କ ପରେ ସ୍ମୃତିଶ୍ରୀ ଦେବେ ଓଡ଼ିଆ ଛୁଙ୍କ

ଭାରତର ସବୁଠୁ ବଡ଼ ରୋଷେଇ ରିଆଲିଟି ସୋ ‘ମାଷ୍ଟର ସେଫ୍’ରେ ଏବେ ଆଉ ଜଣେ ଓଡ଼ିଆ । ପ୍ରଥମେ ଅଭିନାଶ ନାୟକ ତାଙ୍କ ରୋଷେଇର ଯାଦୁ ଦେଖାଇଲା ପରେ ଏବେ ମଇଦାନକୁ ଓହ୍ଲାଇଛନ୍ତି ଆଉ ଜଣେ ଓଡ଼ିଆ ଝିଅ ସ୍ମୃତିଶ୍ରୀ ସିଂ । ବ୍ରହ୍ମପୁରର ଅଭିନାଶ ଚିକେନ୍ ବେସର କରି ବିଚାରକଙ୍କ ମନ କିଣିବା ପରେ ଏବେ ଅନୁଗୁଳ ସିମିଳିପଡ଼ାର ଝିଅ ସ୍ମୃତିଶ୍ରୀ ସିଂ ନିଜର ଦକ୍ଷତା ପ୍ରମାଣିତ କରିଛନ୍ତି ।

ଏକ ଟାସ୍କ ମଧ୍ୟମରେ ୧୧ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଟପ୍ ୧୫ରେ ନିଜ ସ୍ଥାନକୁ ପକ୍କା କରିଛନ୍ତି ସ୍ମୃତି । ତେବେ ଏହି ଟାସ୍କରେ ତାଙ୍କ ହାତ ତିଆରି ‘କୁତୁ ଏ ପାସ୍ତା’ ବିଚାରକଙ୍କୁ ଦିୱାନା କରିଥିଲା  । ଏବଂ ଏହି ଟାସ୍କ ଜିତିବା ପାଇଁ ବିଚାରକଙ୍କ ପ୍ରଶ୍ନ ଥିଲା ‘କାହିଁକି ତମେ ଭାବୁଛ ତୁମେ ଏହି ମାଷ୍ଟର ସେଫ ପାଇଁ ଯୋଗ୍ୟ ବୋଲି ’ । ଆଉ ଏହାର ଉତ୍ତରରେ ସ୍ମୃତିଶ୍ରୀ କହିଥିଲେ ମୁଁ ଏଥିପାଇଁ ଯୋଗ୍ୟ କାରଣ ମୁଁ ଚାହୁଁଛି ପୂରା ବିଶ୍ୱ ଓଡ଼ିଆ ଖାଇବାର ମଜା ନେଉ ଏବଂ ଓଡ଼ିଶା ବିଷୟରେ ଅଧିକ ଜାଣୁ ।

ଏବଂ ଉତ୍ତର ମିଳିବାପରେ ସେଫ୍ ରଣବୀର ସ୍ମୃତିଶ୍ରୀଙ୍କ ମାଆଙ୍କୁ ସମ୍ବୋଧିତ କରି କହିଥିଲେ ‘ଆପ କି ବେଟି ମାଷ୍ଟର ସେଫ୍ କି ହୁଇ’ । ଏହା ପରେ ରିଆଲିଟି ସୋ’ର ଜଜ୍‌ ବିକାଶ ତାଙ୍କୁ ଆପ୍ରୋନ୍ ପିନ୍ଧାଇଥିଲେ ।

୨୬ବର୍ଷିୟା ସ୍ମୃତିଶ୍ରୀ ପେଶାରେ ଜଣେ ହୋଟେଲ ମ୍ୟାନେଜର । ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ହୋଟେଲ ମ୍ୟାନେଜମେଣ୍ଟ, ଭୁବନେଶ୍ୱରରୁ  ଗ୍ରାଜୁଏସନ୍‌ କମ୍ପ୍ଲିଟ୍ କରିଛନ୍ତି ।

Leave a Reply