ଓଡ଼ିଆ ପୁଅ ଟିମ ଇଣ୍ଡିଆର ମ୍ୟାନେଜର, ଦକ୍ଷିଣଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ମିଳିଲା ନୂଆ ଦାୟିତ୍ବ

1 min read

ଭୁବନେଶ୍ବର: ପୁଣି ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତୀୟ କ୍ରିକେଟ ଦଳର ମ୍ୟାନେଜର ଦାୟିତ୍ବ ତୁଲାଉଛନ୍ତି ଓଡ଼ିଆ ପୁଅ ଶତବୀର ସିଂହ ରିୟର । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି । ଓସିଏ ସମ୍ପାଦକ ସଞ୍ଜୟ ବେହେରା ଏନେଇ ସୂଚନା ଦେଇଛନ୍ତି । ଶତବୀରଙ୍କୁ ଏହି ମ୍ୟାନେଜରଭାବେ ନିଯୁକ୍ତ କରାଯାଇଥିବାବେଳେ ସେ ଓସିଏ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ସମ୍ପାଦକ ଏବଂ ଅନ୍ୟ ଅଫିସିଆଲ ଷ୍ଟାଫଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ନିଜର ନୂତନ କାର୍ଯ୍ୟ ପାଇଁ ଖୁସି ବ୍ୟକ୍ତ କରିଥିବାବେଳେ ଓସିଏକୁ କୃତଜ୍ଞତା ଦେଇଛନ୍ତି । ପୂର୍ବରୁ ଅଣ୍ଡର-୧୬ ଏବଂ ୧୯ ଓଡ଼ିଶା ଦଳର ମ୍ୟାନେଜରଭାବେ କାମ କରିସାରିଛନ୍ତି । ସେ କହିଛନ୍ତି କି, ମୁଁ ଚାହେଁ ଓଡ଼ିଆ ଖେଳାଳିମାନେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଲେ ମୁଁ ବହୁତ ଖୁସି ହେବି । ତେବେ କହି ରଖୁଛୁ କି, ଶତବୀରଙ୍କ ଘର ଓଡ଼ିଶାର ମାଲକାନଗିରି ଜିଲ୍ଲାରେ । ଏବେ ସେଞ୍ଜୁରିଅନରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଥିବାବେଳେ ଆଜି ହେଉଛି ତୃତୀୟ ଦିନ ।