ଆରପାରିରେ ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ

1 min read

ଭୁବନେଶ୍ବର: ଆରପାରିରେ ଓଡିଶାର ପୂର୍ବତନ ରାଜ୍ୟପାଳ ଏମ ଏମ ରାଜେନ୍ଦ୍ରନ  । ୮୮ ବର୍ଷ ବୟସରେ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ସୁଶୀଲା ରାଜେନ୍ଦ୍ରନ, ଦୁଇ ପୁଅ ଓ ଏକମାତ୍ର ଝିଅ ଥିଲେ  ।

୧୯୫୭ ବ୍ୟାଚର IAS ଟପର ତଥା ତାମିଲନାଡୁର ମୁଖ୍ୟ ଶାସନ ସଚିବ ୧୯୯୯ ମସିହାରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ବ ନେଇଥିଲେ  । ନିଜ ପ୍ରଶାସନିକ କାର୍ଯ୍ୟଶୈଳୀକୁ ବିପର୍ଯ୍ୟୟ ସମୟରେ ସେ ବ୍ୟବହାର କରିଥିଲେ  ।

ଗତ ଜୁଲାଇରେ ସେ ନିଜ ଅଟୋବାୟୋଗ୍ରାଫିର ଏକ କପିକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଇଥିଲେ  । ରାଜ୍ୟପାଳ ଥିବା ସମୟରେ ତିନୋଟି ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ସବୁବେଳେ ମନେ ରହିବ  । ତାଙ୍କ ବିୟୋଗରେ ଏବେକାର ରାଜ୍ୟପାଳ ରଘୁବର ଦାସ ସମବେଦନା ଜଣାଇବା ସହ ଶୋକ ସନ୍ତପ୍ତ ପରିବାରକୁ ଆଶ୍ବସନା ଦେଇଛନ୍ତି  ।