ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ଦାବି

1 min read

ନୂଆଦିଲ୍ଲୀ : ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରୁ ଜିଏସଟି ଛାଡ ପାଇଁ ଓଡ଼ିଶାର ଦାବି  । ନୂଆଦିଲ୍ଲୀ ଚାଲିଥିବା ୫୨ ତମ GST କାଉନସିଲ ବୈଠକରେ ଦାବି କରିଛି ଓଡ଼ିଶା  । ସୁଷମା ସ୍ବରାଜ ଭବନ ଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ବୈଠକ  । ବୈଠକରେ ଓଡ଼ିଶାରୁ ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଓଡ଼ିଶାର ପ୍ରମୁଖ ଦୁଇଟି ଦାବି ଉପସ୍ଥାପନ କରାଯାଇଥିଲା । ୨୦୨୩ ବର୍ଷକୁ ଅନ୍ତର୍ଜାତୀୟ ମିଲେଟ୍ ବର୍ଷ ଭାବେ ବିବେଚନା କରାଯାଉଛି । ମିଲେଟ ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ଓଡ଼ିଶାର ଭୂମିକା ଉଲ୍ଲେଖନୀୟ । ତେଣୁ ମିଲେଟ ଉତ୍ପାଦିତ ଦ୍ରବ୍ୟ ଉପରେ ସେମାନେ ୧୮ ପ୍ରତିଶତ ଜିଏସଟି ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଥିଲେ  । କିନ୍ତୁ ଏଥିରୁ ସମ୍ପୂର୍ଣ୍ଣ ଜିଏସଟି ଛାଡ କରିବା ପାଇଁ ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା କହିଛନ୍ତି ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ   । ସେହିଭଳି ମିଲେଟ ଉତ୍ପାଦିତ ବ୍ରାଣ୍ଡେଡ୍ ଦ୍ରବ୍ୟ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ପାଇଁ ରାଜ୍ୟ ତରଫରୁ ଦାବି ଉପସ୍ଥାପନ କରାଯାଇଛି ।GST Council raises upper age limit of president and members of Appellate  Tribunals - The Hindu

ଫିଟମେଣ୍ଟ କମିଟି ରିପୋର୍ଟ ମଧ୍ୟ ଓଡ଼ିଶା ସପକ୍ଷରେ ଯାଇଛି । ଏହା କାର୍ଯ୍ୟକାରୀ ହେଲେ ମିଲେଟ ଉତ୍ପାଦନକାରୀ ଏବଂ ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଉପକୃତ ହୋଇ ପାରିବେ ବୋଲି କହିଛନ୍ତି ବିକ୍ରମ ଆରୁଖ  । ଦ୍ବିତୀୟତଃ  ରାଜ୍ୟର ଖଣି ଖାଦାନ ଅଞ୍ଚଳରେ ଥିବା ଜିଲ୍ଲା ଖଣିଜ ପାଣ୍ଠି ବା DMF ଜରିଆରେ ଜନହିତକର କାର୍ଯ୍ୟ ତଥା ରାସ୍ତାଘାଟ, ସ୍ବାସ୍ଥ୍ୟ ସେବା ଏବଂ ଶିକ୍ଷାନୁଷ୍ଠାନ ମାନଙ୍କର ଉନ୍ନତି ଭଳି କାର୍ଯ୍ୟ ହେଉଛି । ତାହା ମଧ୍ୟ ଜିଏସଟି ପରିସରଭୁକ୍ତ ପାଇଁ ନିଷ୍ପତ୍ତି କରିଥିଲେ । କିନ୍ତୁ ଆଜି ଓଡ଼ିଶାର ଦାବି ଫଳରେ ତାହାକୁ ଜିଏସଟି ମୁକ୍ତ କରି DMF କୁ  ସରକାରୀ ପ୍ରାଧିକରଣର ମାନ୍ୟତା ଦିଆଯାଇଛି । ଯାହା ଦ୍ଵାରା DMF ବର୍ତ୍ତମାନ GST ପରିସରରେ ଆସିବ ନାହିଁ ।