spot_img

Latest Posts

ବୀର ସହିଦ ଯବାନଙ୍କୁ ଓଡ଼ିଶା ଯୁବ- ଛାତ୍ର ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ତାମିଲନାଡୁର କନ୍ନୁର ଠାରେ ଘଟିଥିବା ହେଲିକପ୍ଟର ଦୁର୍ଘଟଣାରେ ସହିଦ ସିଡିଏସ୍ ଜେନେରାଲ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି । ସିଡିଏସ୍ ରାୱତଙ୍କ ସମେତ ୧୩ ଜଣ ବୀର ଯବାନଙ୍କୁ ଓଡ଼ିଶା ଯୁବ-ଛାତ୍ର ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି ଅବସରରେ ଏକ ମହମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଯୁବ- ଛାତ୍ର ସଂଗଠନର ଆବାହକ ଆଶିଷ ରଂଜନ ମିଶ୍ରଙ୍କ ନେତୃତ୍ୱରେ ସଂଗଠନର ଶତାଧିକ ଯୁବ-ଛାତ୍ର ରବୀନ୍ଦ୍ର ମଣ୍ଡପ ଛକ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ ମହମ ଶୋଭାଯାତ୍ରା କରି ରାମ ମନ୍ଦିର ସମ୍ମୁଖରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଭୁବନେଶ୍ୱରର ରାଜରାସ୍ତା ‘ବୀର ଯବାନ ଅମର ରହେ’ ସ୍ଲୋଗାନରେ  ପ୍ରକମ୍ପିତ ହୋଇଥିଲା ।

ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଦ୍ୱୈତ ନଗରୀର ପୋଲିସ କମିଶନର  ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଯୋଗ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।  ସିଡିଏସ୍ ମେଜର ବିପିନ ରାୱତଙ୍କ ସମେତ ୧୩ ଜଣ ବୀର ଯବାନଙ୍କନ  ବଳିଦାନ ଭାରତୀୟଙ୍କ ହୃଦୟରେ ଆଜି ଦେଶାତ୍ମବୋଧକ ସ୍ମୃତିକୁ ପୁର୍ନଜୀବିତ କରିବା ସହ ମାତୃବନ୍ଦନା ଜାଗରଣ କରିଥିବାରୁ ସାହାସିକତାକୁ ସଲାମ୍ ଜଣାଇଥିଲେ ।

ଏହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କାର୍ଯ୍ୟକ୍ରମରେ ସମାଜସେବୀ ନିବେଦିତା ଭଞ୍ଜ, ଓଡ଼ିଶା ଯୁବ ଛାତ୍ର ସଂଗଠନ ରାଜ୍ୟ କର୍ମକର୍ତ୍ତା କିରଣ ଦାଶ, ଶୁଭ୍ରଜିତ୍ ସାହୁ, ରବି ନାରାୟଣ ରାଉତରାୟ, ନିଳକଣ୍ଠ ଦାସ, ସମରେନ୍ଦ୍ର କୁଣ୍ଡୁ,ସୌମ୍ୟ ରଞ୍ଜନ ପରିଡ଼ା, ଅମିତ ମିଶ୍ର, ରଞ୍ଜନ ବେହେରା, କବିଚନ୍ଦ୍ର ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Latest Posts

Don't Miss