ରାଜସ୍ଥାନ କୋଟାରୁ ଫେରିଲା ଓଡ଼ିଆ ଛାତ୍ରଙ୍କ ମୃତଦେହ, ମୁଣ୍ଡ କଚାଡି କାନ୍ଦୁଛି ମାଆ
1 min read
ଉଦଳା: ରାଜସ୍ଥାନ କୋଟାରେ ଇଞ୍ଜିନିଅରିଂ ପ୍ରସ୍ତୁତି କରୁଥିବା ଛାତ୍ରଙ୍କ ମୃତ୍ୟୁ ଘଟଣା ସନ୍ଦେହ ଘେରରେ ରହିଛି । ଆଜି ସକାଳୁ ତାଙ୍କର ମୃତଦେହ ଘରେ ପହଞ୍ଚିଛି । ମୃତକ ମୟୂରଭଞ୍ଜ ଖୁଣ୍ଟା ଥାନା ଟିଟିଆ ଗାଁର ଅଭିଜିତ ଗିରି । ମୃତଦେହ ପହଞ୍ଚିବା ପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ପରିବେଶ। ଅଭିଜିତ କୋଟାରେ ରହି JEE କୋଚିଂ ନେଉଥିବାବେଳେ ଆତ୍ମହତ୍ୟା କରିଥିବା ଖବର ମିଳିଥିଲା ।
ଅନ୍ୟପଟେ ପୁଅ ଭଲ ପାଠ ପଢ଼ୁଥିବାରୁ ତାକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମେସରେ ହତ୍ୟା କରି ଝୁଲାଇ ଦେଇଥିବା କୋଟା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି ପରିବାର ।