ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ: ଯୁବ କଂଗ୍ରେସର ଦୁଇ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ଭବନରେ ଗୋଷ୍ଠୀ ସଂଘର୍ଷ  । କଂଗ୍ରେସ ଭବନ ଭିତରେ ଯୁବ କଂଗ୍ରେସର ଦୁଇଗୋଷ୍ଠୀ ମୁହାଁମୁହିଁ । ଯୁବ କଂଗ୍ରେସ ସଭାପତିଙ୍କ ଅଫିସରେ ବ୍ୟାପକ ଭଙ୍ଗାରୁଜା । ଗତକାଲି ରାତିରେ ଦୁଇ ଗୋଷ୍ଠୀ ହୋଇଥିଲେ ମୁହାଁମୁହିଁ । ରାଜ୍ୟ କଂଗ୍ରେସରେ ଆଭ୍ୟନ୍ତରୀଣ କନ୍ଦଳ ଦିନକୁ ଦିନ ବଢ଼ିବାରେ ଲାଗିଛି । ସାଂଗଠନିକ ମୁଖ୍ୟକୁ ନେଇ ଦଳ ଭିତରେ ଅସନ୍ତୋଷ ଥିବା ଗୋଟିଏ ପରେ ଗୋଟିଏ ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଦଳୀୟ କର୍ମୀଙ୍କୁ ଅଧିକ ହତୋତ୍ସାହିତ କରିବା ସହ କ୍ଷୁବ୍ଧ କରୁଛି । ଏଣୁ ବିଭିନ୍ନ ସମୟରେ ଦଳର ରାଜ୍ୟ ନେତୃତ୍ୱକୁ ନେଇ ବିରୋଧ ପ୍ରଦର୍ଶନ ହୋଇଆସୁଛି ।

ସୂଚନା ଯୋଗ୍ୟ ଯେ, କଂଗ୍ରେସରେ କିଛି ଭଲ ନାହିଁ । ଏ କଥାକୁ ମାନିଛନ୍ତି ଦଳର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ । ରାଜ୍ୟ କଂଗ୍ରେସ ଏବେ ଏକ ଘଡ଼ିସନ୍ଧି ସମୟ ଦେଇ ଗତି କରୁଥିବା ଗତ କିଛି ଦିନ ତଳେ ସ୍ୱୀକାର କରିଥିଲେ ଚିରଞ୍ଜୀବ । ପିପିଲିରେ କଂଗ୍ରେସ ମାତ୍ର ୪ ହଜାର ଭୋଟ୍ ପାଇବା ଦଳର ନେତା ଓ କର୍ମୀଙ୍କୁ କ୍ଷୁବ୍ଧ କରିଛି । ଯାହାର ପ୍ରତିଫଳନ କଂଗ୍ରେସ ଭବନ ସମ୍ମୁଖରେ ହୋଇଥିଲା । କିଛି କଂଗ୍ରେସ କର୍ମୀ ଦଳୀୟ ସଭାପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନେତୃତ୍ୱ ପରିବର୍ତ୍ତନ ପାଇଁ ଦାବି କରିଥିଲେ ।

ଏଥିସହିତ ପଢ଼ନ୍ତୁ: ଘଡ଼ିସନ୍ଧି ସମୟ ଦେଇ ଗତି କରୁଛି ରାଜ୍ୟ କଂଗ୍ରେସ: ଚିରଞ୍ଜୀବ ବିଶ୍ୱାଳ

Leave a Reply