ଓଡ଼ିଶାର ନାରୀ ସଶକ୍ତିକରଣ ମଡେଲ୍ ଦେଶରେ ଶ୍ରେଷ୍ଠ: ମୁଖ୍ୟମନ୍ତ୍ରୀ

1 min read
Odisha women Empowerment model best in country CM

ଭୁବନେଶ୍ୱର: ଫିକ୍କିର ଏଫଏଲଓ ଓଡ଼ିଶା ପୁରସ୍କାର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ପ୍ରଥମ ଏଫଏଲଓ ଓଡ଼ିଶା ମହିଳା ପୁରସ୍କାର ବିତରଣ ସମାରୋହରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାର ମହିଳା ସଶକ୍ତୀକରଣ ମଡେଲ୍ ଦେଶରେ ଶ୍ରେଷ୍ଠ । ଏଫଏଲଓ ଓଡ଼ିଶା ପୁରସ୍କାର ପାଇଥିବା ସମସ୍ତ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଆପଣମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ, ପ୍ରେରଣାର ଉତ୍ସ ।

ଏହି ଅବସରରେ ବିଜୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନେ ପକାଇଛନ୍ତି । ମହିଳା ସଶକ୍ତୀକରଣ କାର୍ଯ୍ୟରେ ବିଜୁବାବୁ ସମସ୍ତଙ୍କଠୁ ଆଗରେ । ପଞ୍ଚାୟତ ଚଳାଇବାକୁ ମହିଳାଙ୍କୁ ସୁଯୋଗ ଦେଇଥିଲେ ବିଜୁବାବୁ । ସମାଜର ପ୍ରତି କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଇଥିଲେ । ମହିଳାମାନଙ୍କୁ ସଶକ୍ତ କରିବା ଦିଗରେ ଆଜି ଆମେ ସର୍ବାଗ୍ରେ ରହିଛୁ । ମହିଳା ସଶକ୍ତୀକରଣରେ ମୋ ସରକାର ଉତ୍କର୍ଷ ଲାଭ କରିଛି ବୋଲି ନବୀନ କହିଛନ୍ତି ।

ମହିଳା ସଶକ୍ତୀକରଣର ସବୁଠୁ ବଡ଼ ଉଦାହରଣ ‘ମିଶନ ଶକ୍ତି’ । ‘ମିଶନ ଶକ୍ତି’ରେ ୮୦ଲକ୍ଷ ମହିଳାଙ୍କୁ ସାମିଲ୍ କରାଯାଇଛି । ଗ୍ରାମୀଣ ମହିଳାମାନେ ଆମ ଅର୍ଥନୀତିକୁ ସମୃଦ୍ଧ କରୁଛନ୍ତି । ଅଧିକରୁ ଅଧିକ ମହିଳା ଉଦ୍ୟୋଗୀ ବାହାରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରେ ମହିଳା ସଫଳତା ହାସଲ କରୁଛନ୍ତି ।  ମହିଳାଙ୍କ ପାଇଁ ୩୩% ସ୍ଥାନ ସଂରକ୍ଷଣ ପାଇଁ ଉଦ୍ୟମ ଚାଲିଛି । ସଂସଦ ଓ ବିଧାନସଭାରେ ସଂରକ୍ଷଣ ପ୍ରସ୍ତାବ ଦେବାରେ ଆମେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୨୦୧୧ରୁ ପଞ୍ଚାୟତ ଓ ପୌରସଂସ୍ଥାରେ ମହିଳାଙ୍କୁ ୫୦% ସଂରକ୍ଷଣ ସୁବିଧା ମଧ୍ୟ ଦିଆଯାଇଛି ।

Leave a Reply