କଟକ ଏସସିବିରେ ଜନ୍ମ ନେଲେ ୪ ଯାଆଁଳା ଭଉଣୀ

କଟକ: ଏକକାଳୀନ ୪ କନ୍ୟା ସନ୍ତାନଙ୍କୁ ଜନ୍ମଦେଲେ ଜଣେ ମହିଳା । ଏସସିବି ମେଡିକାଲରେ ଘଟିଛି ଏହି ବିରଳ ଘଟଣା । ନୟାଗଡ଼ ଶରଣକୁଳର ଜଣେ ମହିଳାଙ୍କ ଗର୍ଭରେ ୪ଟି ଶିଶୁ ସନ୍ତାନ ଥିବା ଚିକିତ୍ସା ପରେ ଜଣାପଡିଥିଲା । ଏବଂ ସମସ୍ତ ଶିଶୁଙ୍କୁ ସୁରକ୍ଷିତ ଭାବେ ପ୍ରସବ କରାଇବା ନେଇ ଏକ ଡାକ୍ତରୀ କମିଟି ମଧ୍ୟ ଏସସିବିରେ ଗଠନ ହୋଇଥିଲା । ଶେଷରେ ଆଜି ଅପରାହ୍ନରେ ମହିଳା ଜଣଙ୍କ ୪ଟି କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।
ମହିଳା ଜଣଙ୍କ ପେଟରେ ଯେହେତୁ ୪ଟି ଶିଶୁ ରହିଥିଲେ, ତେଣୁ ପ୍ରସବ କରାଇବା ସହଜ ନଥିଲା । ତେଣୁ କଟକ ବଡ଼ ମେଡିକାଲରେ ମହିଳା ଜଣଙ୍କ ଭର୍ତ୍ତି ହୋଇଥିଲେ । ଏଥିପାଇଁ ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗର ମୁଖ୍ୟ ଡାକ୍ତର ତୁଷାର କରଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଥିଲା । ଫଳରେ ସୁରକ୍ଷିତ ପ୍ରସବ କରାଇଥିଲେ ଡାକ୍ତରୀ ଟିମ । ଏବଂ ବର୍ତ୍ତମାନ ଉଭୟ ଶିଶୁ ଏବଂ ମାଆଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ ରହିଥିବା ଜଣା ପଡିଛି ।