ଶୀତରେ ଥରୁଛି ସାରା ଓଡ଼ିଶା, ଶିମିଳିଗୁଡ଼ାରେ ସର୍ବନିମ୍ନ ତାପମାତ୍ରା ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ଜଳୀୟବାଷ୍ପ ପୂର୍ଣ୍ଣ ବାୟୁର ପ୍ରବାହ ହ୍ରାସ ଓ ମେଘମୁକ୍ତ ଆକାଶ ଫଳରେ ବହୁଛି ଥଣ୍ଡା ପବନ । ପ୍ରଭାବରେ ଶୀତରେ ଥରୁଛି ସାରା ଓଡ଼ିଶା । ଗତ ୨୪ଘଣ୍ଟାରେ କୋରାପୁଟର ଶିମିଳିଗୁଡ଼ାରେ ସର୍ବନିମ୍ନ ୭.୬ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ୧୦ଡିଗ୍ରୀ ତଳେ ରହିଛି ଫୁଲବାଣୀର ପାରା ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି । ଦୃଶ୍ୟମାନ ଦୂରତା କମିବା ସହ ପ୍ରଭାବିତ ହେଉଛି ଯାତାୟତ । ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏଁ ସମାନ ପାଗ ଜାରି ରହିବ । ସ୍ବାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏ କମିବ ପାରଦ ।