ପୁଣି ଫେରିଛି ଶୀତ, ଗାଁ ଠୁ ସହର ଜାଡ ମାଡରେ ଘାଇଲା

ଭୁବନେଶ୍ବର: ଖସୁଛି ପାରଦ ବଢୁଛି ଶୀତ । କିଛି ଦିନ ବ୍ୟବଧାନ ପରେ ଜିଲ୍ଲାକୁ ପୁଣି ଫେରିଛି ଶୀତ । ଗାଁଠୁ ସହର ଥରୁଛି ସାରା ଜିଲ୍ଲା । ସନ୍ଧ୍ୟା ଓ ସକାଳ ସମୟରେ ଶୀତ ବଢିବାରେ ଲାଗିଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକେ ଭୋରରୁ ନିଆଁ ପୁଆଁଉଥିବାର ଦେଖିବାକୁ ମିଳିଥିବା ବେଳେ ଆଉ ଅନେକ ଲୋକ ଶୀତୁଆ ସକାଳରେ ସ୍ୱାସ୍ଥ୍ୟକୁ ସତେଜ ସୁନ୍ଦର ରଖିବା ମର୍ଣ୍ଣିଂ ୱାର୍କ ଓ ବ୍ୟାୟାମ କରିବାରେ ଲାଗିଛନ୍ତି ।

ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଛି । ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖାଉଛି । ଦୃଶ୍ୟମାନ ଦୂରତା କମିବା ସହ ପ୍ରଭାବିତ ହେଉଛି ଯାତାୟତ । ଅନୁଗୁଳ, ଫୁଲବାଣୀ ଓ ଭବାନୀପାଟଣାକୁ ଘନ କୁହୁଡ଼ି ପାଇଁ ସତର୍କତା ଜାରି କରାଯାଇଛି । ଯାତାୟତ ସମୟରେ ସତର୍କତା ଅବଲମ୍ବନ ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର । ଆସନ୍ତା ୫ଦିନ ଯାଏଁ ସମାନ ପାଗ ଜାରି ରହିବ ।