ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଓଡ଼ିଶା, ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ
ଭୁବନେଶ୍ବର: ଅସହ୍ୟ ଜାଡ଼ରେ ଅସ୍ତବ୍ୟସ୍ତ ଓଡ଼ିଶା । କୋରାପୁଟରେ ଅନୁଭୂତ ହେଉଛି ସାଂଘାତିକ ଶୀତ । ସେମିଳିଗୁଡ଼ାରେ ରେକର୍ଡ ହୋଇଛି ସର୍ବନିମ୍ନ ତାପମାତ୍ରା । ୬ଡିଗ୍ରୀ ତଳେ ପାରଦ ରହିବା ସହିତ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି ସେମିଳିଗୁଡ଼ା । ରାଜ୍ୟର ଅଧିକାଂଶ ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ।
ଫୁଲବାଣୀ, କେନ୍ଦୁଝର, ଦାରିଙ୍ଗବାଡ଼ି, ସୁନ୍ଦରଗଡ଼ ଓ ଭବାନିପାଟଣାରେ ଅଧିକ ଶୀତ ଅନୁଭୂତ ହେଉଛି । ଆସନ୍ତା ୪ରୁ ୫ଦିନ ପର୍ଯ୍ୟନ୍ତ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତା ୩ ତାରିଖରୁ ରାଜ୍ୟରେ ତାପମାତ୍ରା ଆହୁରି କମିବା ସହିତ ଶୀତ ବଢିବ । ସ୍ବାଭାବିକ ଠାରୁ ୩ରୁ ୪ଡିଗ୍ରୀ ପର୍ଯ୍ୟନ୍ତ କମିବ ପାରା । ଉତ୍ତରା ପବନ ପ୍ରଭାବରେ ଶୀତ ଲହରି ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେପଟେ ଆଗାମୀ ଖରାଟିଆ ପାଗ ଓ ନିର୍ମଳ ଆକାଶ ଯୋଗୁ ଘନ କୁହୁଡ଼ି ପଡ଼ିବ ନାହିଁ ବୋଲି କହିଛି ପାଣିପାଗ କେନ୍ଦ୍ର ।