spot_img

Latest Posts

ସାରା ରାଜ୍ୟରେ ଜାରି ରହିଛି ଶୀତର ପ୍ରକୋପ

ନନ୍ଦିଘୋଷ ବ୍ୟୁରୋ : ସାରା ରାଜ୍ୟରେ ଶୀତର ପ୍ରକୋପ ଦେଖିବାକୁ ମିଳୁଥିବା ବେଳେ ଗଜପତି ଜିଲ୍ଲା ମୋହନାରେ ଭୀଷଣ ଶୀତ । ପାରଦ ୧୧ ଡିଗ୍ରୀ ତଳକୁ ଖସିଥିବା ବେଳେ ଘନକୁହୁଡି ଲାଗି ରହୁଛି । ସକାଳ ୮ ଟାରୁ ୯ଟା ପର୍ଯ୍ୟନ୍ତ କୁହୁଡିରେ ଘୋଡେଇ ହୋଇ ରହୁଛି ରାସ୍ତାଘାଟ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଶୀତ ଵସ୍ତ୍ର ପରିଧାନ କରିବା ସହ ଲୋକେ ନିଆଁ ପୁଉଁଥିବା ଦେଖିବାକୁ ମିଳୁଛି ।

ରାୟଗଡା ଜିଲ୍ଲା ଗୁଣୁପୁରରେ ଭୀଷଣ ଶୀତ ସହ ଘନକୁହୁଡି । କୁହୁଡି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି  । ରାସ୍ତା ଘାଟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଛି । ରାସ୍ତା ଗାଡି ଗୁଡିକ ହେଡଲାଇଟ ଲଗାଇ ଚଳାଚଳ କରୁଥିବା ଦେଖିବାକୁ ମିଳୁଛି । ଅନ୍ୟପଟେ ଶୀତୁଆ ସକାଳରେ କୁହୁଡିର ମଜା ଉଠାଇବା ସହ ଉପଭୋଗ କରୁଛନ୍ତି ଯୁବପିଢି । ନିଜକୁ ସୁସ୍ଥ ରଖିବା ପାଇଁ ଗୁଣୁପୁର ମିନିଷ୍ଟାଡିୟମ, ଶେଫାଳୀ ପାହାଡ ରାସ୍ତା, ବାଇପାସ ରୋଡ ପାର୍ଶ୍ବରେ ବ୍ୟାୟାମ କରୁଥିବା ନଜିର ରହୁଛି ।

Latest Posts

Don't Miss