ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ଅନ୍ତର୍ଜାତୀୟ ମାନ୍ୟତା, ସଫଳ ରୂପାୟନ ନେଇ WRI ପକ୍ଷରୁ ପୁରସ୍କୃତ

1 min read

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୁକ୍ତା ଯୋଜନାକୁ ଅନ୍ତର୍ଜାତୀୟ ମାନ୍ୟତା । ବିଶ୍ୱ ସମ୍ବଳ ସଂସ୍ଥା ବା WRI ପକ୍ଷରୁ ମୁକ୍ତା ଯୋଜନାର ସଫଳ ରୁପାୟନ ନେଇ ପୁରସ୍କୃତ କରାଯାଇଛି । ନିୟୁର୍କ ସିଟିର ଫୋର୍ଡ ଫାଉଣ୍ଡେସନ ସେଣ୍ଟର ଫର ସୋସିଆଲ ଜଷ୍ଟିସରେ ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି. ମାଥିଭାତନନ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପ୍ରତିଯୋଗୀତାରେ ୬୫ଟି ଦେଶର ୧୫୫ଟି ସହରରୁ ୨୬୦ଟି ଆବେଦନ ଆସିଥିଲା ।

ମୁକ୍ତା ଯୋଜନା ମାଧ୍ୟମରେ ସହରୀ ଗରିବ, ଦେଶାନ୍ତର ଶ୍ରମିକଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ କରାଯାଇ ପାରିଥିବାରୁ ବିଶ୍ବସ୍ତରରେ ଏହାକୁ ଭୂୟଶୀ ପ୍ରଶଂସା କରାଯାଇଛି । ଆଜି ସୁଦ୍ଧା ୨୦୮କୋଟି ଟଙ୍କା ବ୍ୟୟରେ ଓଡ଼ିଶାର୧୧୪ଟି ସହରର ୭ ଲକ୍ଷରୁ ଅଧିକ ସହରୀ ଗରିବ ଓ ଦେଶାନ୍ତର ଶ୍ରମିକଙ୍କୁ ୨୨ ହଜାର ୫ ଶହ ଗୋଷ୍ଠୀ ଉନ୍ନୟନ କେନ୍ଦ୍ର ମାଧ୍ୟମରେ ରୋଜଗାରକ୍ଷମ କରାଯାଇପାରିଛି ।