spot_img

Latest Posts

ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବ ଓଡ଼ିଶା, ନବୀନଙ୍କୁ ଧନ୍ୟବାଦ କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଆକ୍ରମଣରେ ବେହାଲ ଦିଲ୍ଲୀକୁ ସହାୟତାର ହାତ ବଢାଇଛି ଓଡ଼ିଶା। ଦିଲ୍ଲୀରେ ଅମ୍ଲଜାନ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଅବସ୍ଥା ସାଂଘାତିକ ହୋଇଛି। ଏହାରି ଭିତରେ ଓଡ଼ିଶା ଦିଲ୍ଲୀକୁ ଅମ୍ଲଜାନ ଯୋଗାଇ ଦେବା ବୋଲି ଘୋଷଣା କରିଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ।

ଅରବିନ୍ଦ ନିଜେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଅରବିନ୍ଦ ଟ୍ୱିଟରେ ଲେଖିଛନ୍ତି ଯେ, କିଛି ସମୟ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫୋନ୍ କଲ ମୁଁ ଗ୍ରହଣ କରିଥିଲି। ଦିଲ୍ଲୀକୁ ଆବଶ୍ୟକ ଅମ୍ଲଜାନ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରସା ଦେଇଛନ୍ତି। ଏଥିପାଇଁ ସେ ଜଣେ ଅଧିକାରୀଙ୍କୁ ବିଶେଷ ଭାବେ ନିଯୁକ୍ତ କରିଛନ୍ତି। ଧନ୍ୟବାଦ ସାର। ଦିଲ୍ଲୀ ଆପଣଙ୍କ ପାଖରେ ଋଣି।

ସୂଚନାଯୋଗ୍ୟ ଯେ, ଦେଶର ବିଭିନ୍ନ ସ୍ଥାନରେ ଅମ୍ଲଜାନ ଅଭାବ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାରଙ୍କ ଆଗୁଆ ପଦକ୍ଷେପ କାରଣରୁ ରାଜ୍ୟରେ ଯଥେଷ୍ଟ ପରିମାଣର ଅମ୍ଲଜାନ ମହଜୁଦ ରହିଛି। ଦିଲ୍ଲୀ ହାଇକୋର୍ଟ ମଧ୍ୟ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ପ୍ରଂଶସା କରିଛନ୍ତି।

Latest Posts

Don't Miss