‘୨୦୩୦ ସୁଦ୍ଧା ବାଲ୍ୟ ବିବାହ ମୁକ୍ତ ହେବ ଓଡ଼ିଶା’

1 min read

ଭୁବନେଶ୍ୱର: ବାଲ୍ୟବିବାହ ରୋକିବାରେ ରାଜ୍ୟ ସରକାରଙ୍କ ଉଦ୍ୟମ ପ୍ରଶଂସନୀୟ । ଜାତୀୟ ହାର ଠାରୁ କମ ରହିଛି ଓଡ଼ିଶାରେ ବାଲ୍ୟ ବିବାହ ହାର । ଜାତୀୟ ହାର ୨୬.୮ପ୍ରତିଶତ ଥିବା ବେଳେ ରାଜ୍ୟର ହାର ୨୧.୩ ପ୍ରତିଶତ । ରାଜ୍ୟ ସାରା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ  ଦିଆଯିବ ଦାୟିତ୍ୱ । Knowledge partner ନାମରେ ତିଆରି ହୋଇଛି ଗ୍ରୁପ । ଆଦିବାସୀ ପ୍ରବଣ ଅଞ୍ଚଳରେ ନାବାଳିକାଙ୍କୁ ମନାସିକତାରେ ପରିବର୍ତ୍ତନ ପାଇଁ ପ୍ରୟାସ  ।୨୦୩୦ ସୁଦ୍ଧା ବାଲ୍ୟବିବାହ ମୁକ୍ତ ହେବ ରାଜ୍ୟ । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମୁଖ୍ୟ ସଂଧ୍ୟାବତୀ ପ୍ରଧାନଙ୍କ ସୂଚନା ।

ସୂଚନା ଯୋଗ୍ୟ ଯେ, ବାଲ୍ୟ ବିବାହ ଏକ ଦଣ୍ଡନୀୟ ଅପରାଧ ହୋଇଥିବା ବେଳେ ଏଥିପାଇଁ ଜନ ସଚେତନତା ସୃଷ୍ଟି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଚାଲିଛି । ସରକାରୀ ନୀତି ନିୟମ ମଧ୍ୟ ପ୍ରଣୟନ ହେଉଛି । ପୋଲିସ ପ୍ରଶାସନ ବି ଏପରି ଅପରାଧ ବନ୍ଦ ପାଇଁ ତତ୍ପର । ହେଲେ ଏବେ ବି ବାଲ୍ୟ ବିବାହ ରାଜ୍ୟର ଏକ ସମସ୍ୟା ହୋଇ ଠିଆ ହୋଇଛି । ଗ୍ରାମାଞ୍ଚଳରେ ଦିନକୁ ଦିନ ଏହି ବିବାହ ବଢ଼ି ଚାଲିଛି । ଯାହା ଲୋକଲୋଚନକୁ ଆସିପାରୁନାହିଁ । ଦାରିଦ୍ର ସୀମାରେଖା ତଳେ ବସବାସ କରୁଥିବା ପ୍ରାୟ ୬୩ ପ୍ରତିଶତ ପରିବାରରେ ବାଲ୍ୟ ବିବାହ ଏକ ସାଧାରଣ କଥାରେ ପରିଣତ ହୋଇଛି ।

Leave a Reply