ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା

1 min read

ଭୁବନେଶ୍ୱର : ପୂର୍ବ ଭାରତର ଇଣ୍ଡଷ୍ଟ୍ରିଆଲ ହବ୍‌ ହେବ ଓଡ଼ିଶା । ଏଥି ପାଇଁ ରାଜ୍ୟ ସରକାର ଅନେକ ବଡ଼ ପଦକ୍ଷେପ ନେଇଥିବା ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି । ବିଭିନ୍ନ ସଦସ୍ୟଙ୍କ ପ୍ରଶ୍ନର ଉତ୍ତର ଦେଇ ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀମାନେ ମୋହର ମାରିଛନ୍ତି ଯେ ଓଡ଼ିଶା ପୂର୍ବ ଭାରତର ଏକ ନମ୍ବର ଇଣ୍ଡଷ୍ଟ୍ରିଆଲ ହବ୍‌ । ରାପ୍ତାନୀରେ ଦେଶର ଶ୍ରେଷ୍ଠ 25 ଜିଲ୍ଲାରୁ ଝାରସୁଗୁଡା 23ତମ ସ୍ଥାନରେ ଅଛି । 848 ବୃହତ୍‌ ଶିଳ୍ପକୁ ମିଳି ଅନୁମୋଦନ । ଏଥିରୁ କିଛି ଶିଳ୍ପ ଆରମ୍ଭ ହେଲାଣି । ଯେଉଁଥିରେ 21 ଲକ୍ଷ 73 ହଜାର 871 ଦଶମିକ 34 କୋଟି ନିବେଶ ହେଉଛି । ଏଥିରେ 9 ଲକ୍ଷ 14 ହଜାର 895 ନିଯୁକ୍ତି ସୃଷ୍ଟି ହେବ। ପ୍ରତି ଦୁଇ ବର୍ଷରେ ଥରେ ମେକ୍‌ ଇନ ଓଡ଼ିଶା କାର୍ଯ୍ୟକ୍ରମ ହେଉଛି । ଓଡ଼ିଶାର ଖଣି, ଶକ୍ତି, କୃଷି ପରି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ନୀତି ହୋଇଛି । ସବୁ ଜିଲ୍ଲାରେ ଇଣ୍ଡଷ୍ଟ୍ରି ହେବ । Rs 3,225.47 cr in water cess pending against Odisha industries | KalingaTV

ଯାଜପୁର କଳିଙ୍ଗନଗରରେ ଷ୍ଟିଲ ହେବ୍‌, ପାରାଦୀପ ପେଟ୍ରୋ କେମିକାଲ ହବ୍‌, ସମ୍ବଲପୁର ଓ ରେଙ୍ଗାଲି ଷ୍ଟିଲ ଏବଂ ଆଲୁମିନିଅମ ହବ୍‌ ହେବ । ଗୋପାଳପୁର ହେବ ଅକ୍ଷୟ ଶକ୍ତି ଉତ୍ପାଦନ ହବ୍‌ ।  ଓଡ଼ିଶା ନୀତିକୁ କେନ୍ଦ୍ର ବି ପ୍ରଶଂସା କରିଛି । ପୁଞ୍ଜି ନିବେଶ ପୋର୍ଟାଲରେ ଆବେଦନ କଲେ, 60 ଦିନ ଭିତରେ ପାସ ହେବ । ପ୍ରକଳ୍ପ ପାଇଁ ପୁଞ୍ଜି ନିବେଶରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି. ଜାତୀୟ ହାର 21-22 ପ୍ରତିଶତ ଥିବାବେଳେ ଓଡ଼ିଶାରେ 40 ପ୍ରତିଶତ ହୋଇଛି । ମେକ ଇନ ଓଡ଼ିଶାରେ 741 ପ୍ରସ୍ତାବ ଆସିଛି । ଯେଉଁଥିରୁ 466 ପ୍ରକଳ୍ପ ମଞ୍ଜୁରୀ ପାଇଛି । ଅନେକ ଶିଳ୍ପ ସଂସ୍ଥାକୁ ଜମି ହସ୍ତାନ୍ତର ସରି କାମ ଆରମ୍ଭ ହେଲାଣି । ଷ୍ଟାର୍ଟଅପ ନୀତି ଏଥିରେ ବଡ଼ ଭୂମିକା ନେଇଛି ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।