ରାଜ୍ୟରେ କମିଛି ତାତିର ପ୍ରଭାବ, ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହର

ଭୁବନେଶ୍ୱର: ରାଜ୍ୟରେ କମିଛି ତାତିର ପ୍ରଭାବ । ୪୦ ଡିଗ୍ରୀ ତଳେ ରହିଛି ରାଜ୍ୟର ସବୁ ସହର । ୩୯ ଦଶମିକ ୪ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି ନୂଆପଡ଼ା । ଝାରସୁଗୁଡ଼ାରେ ୩୮ ଦଶମିକ ୬ ଡିଗ୍ରୀ ଥିବା ବେଳେ ପାରଳାଖେମୁଣ୍ଡିରେ ୩୭ ଦଶମିକ ୭, ସୁନ୍ଦରଗଡ଼ ୩୭ ଦଶମିକ ୫, ବାରିପଦା ୩୭ ଦଶମିକ ୪ ଓ ଯାଜପୁର ୩୭ ଡିଗ୍ରୀ ପାରଦ ରହିଛି । ସେହିପରି ଭୁବନେଶ୍ବରରେ ୩୬ ଦଶମିକ ୧ ଡିଗ୍ରୀ ଥିବା ବେଳେ ରାଉରକେଲା ୩୬ ଦଶମିକ ୪ ଡିଗ୍ରୀ, ଗୋପାଳପୁର ୩୬ ଦଶମିକ ୨, ରାୟଗଡ଼ାରେ ୩୬ ଡିଗ୍ରୀ ଓ ପୁରୀରେ ୩୫ ଡିଗ୍ରୀ ପାରଦ ରହିଛି । ଆଜି ଅପରାହ୍ନରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ହୋଇଛି । ଲଗାତାର ଜାରି ରହିଥିବା ତାତିରୁ ଆଶ୍ୱସ୍ତି ପାଇଛନ୍ତି ରାଜ୍ୟବାସୀ ।