୨୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ୧୩ଟି ଜିଲ୍ଲାକୁ ୟଲୋ ଆଲର୍ଟ ସହ ୧୧ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

ଭୁବନେଶ୍ୱର: ଆଜିଠାରୁ  ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଅଧିକାଂଶ ଜିଲ୍ଲା କୁ ଅରେଞ୍ଜ ଓ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଜି  ୧୨ ଟି ଜିଲ୍ଲା ସମ୍ଭଲପୁର ,ଦେଓଗଡ଼, ଝାରସୁଗୁଡ଼ା,ବରଗଡ଼,ସୁନ୍ଦରଗଡ, କେନ୍ଦୁଝର, ଅନୁଗୁଳ, ମୟୁରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡା ରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ୟଲୋ ଆଲର୍ଟ ଜାରି କରାଯାଇଛି ।

ଏହାସହ ୨୦ ତାରିଖ ପାଇଁ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡା, ଯାଜପୁର , ଭଦ୍ରକ , ବଲାଂଗୀର, ସୋନପୁର, କେନ୍ଦୁଝର ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାନପାଗ କେନ୍ଦ୍ର । ଆଗାମୀ ୨୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ଅନୁମାନ କରାଯାଉଛି । ୧୯ ଓ ୨୦ ତାରିଖ ପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ରାଜଧାନୀରେ ମୋଟ୍ ୩୨ ମିଳିମିଟର ବର୍ଷା ରେକର୍ଡ କରାଯାଇଛି।

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରୁ ମଙ୍ଗଳବାର ରାତିରୁ ବର୍ଷା ଜାରି ରହିଛି । ତେଣୁ ଆଜିଠାରୁ ବିଭିନ୍ନ ଜିଲ୍ଲା ବର୍ଷା ଆରମ୍ଭ ହୋଇଯାଇଛି ଏହା ସହ ପ୍ରଭାବିତ ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୫୫କିମ୍ ରହିବ ବୋଲି ସୂଚନା ମିଳିଛି । ୧୩ତାରିଖରେ ସୃଷ୍ଟ ଲଘୁଚାପ କାରଣରୁ ରାଜ୍ୟରେ ବିଭିନ୍ ସ୍ଥାନରେ ବର୍ଷା ଲାଗି ରହିଥିଲା  । ଏହା ପ୍ରଭାବରେ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ମଧ୍ୟ ଉପୁଜିଥିଲା ।

Leave a Reply