ରାଜ୍ୟରୁ ଫେରୁଛି ମୌସୁମୀ, ୬ ଜିଲ୍ଲାରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ : ରାଜ୍ୟରୁ ଫେରୁଛି ମୌସୁମୀ । ୬ ଜିଲ୍ଲାରୁ ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର କିଛି ଅଂଶରୁ ବିଦାୟ ନେଇଛି । ମୟୂରଭଞ୍ଜ , କେନ୍ଦୁଝର, ଝାରସୁଗୁଡା,କେନ୍ଦୁଝର, ସମ୍ବଲପୁର, ଓ ସୁନ୍ଦରଗଡର କିଛି କିଛି ଜିଲ୍ଲାରୁ ମୌସୁମୀ ବିଦାୟ ନେଇଛି । ଆଗାମୀ ୨ରୁ ୩ ଦିନ ମଧ୍ୟରେ ଆଉ କିଛି ଜିଲ୍ଲାରୁ ମୌସୁମୀ ଫେରିବା ପାଇଁ ପାଗ ଅନୁକୂଳ ରହିଛି ବୋଲି ପୂର୍ବାନୁମାନକରିଛି ପାଣିପାଗ ବିଭାଗ । ସେପଟେ ୫ ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ଚେତାବନୀ ଦେଲା ଆଂଚଳିକ ପାଣିପାଗ ବିଭାଗ  । ରାଜ୍ୟରେ ଆଗାମୀ ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସତର୍କତା ଜାରି କରିଛି ବିଭାଗ । ମାଲକାନଗିରି , କୋରାପୁଟ, ନବରଂଗପୁର କଳାହାଣ୍ଡି, ଗଜପତି, ଗଂଜାମ ,କନ୍ଧମାଳ ଓ ରାୟଗଡ଼ାରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି ।