ହାଲୁକାରୁ ମଧ୍ୟମ ଧରଣ ବର୍ଷାରେ ଭିଜୁଛି ଓଡ଼ିଶା
1 min read
ନନ୍ଦିଘୋଷ ବ୍ୟୁରୋ : ହାଲୁକାରୁ ମଧ୍ୟମ ଧରଣ ବର୍ଷାରେ ଭିଜୁଛି ଓଡ଼ିଶା । ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ଜାରି ରହିଛି । ଆଗାମୀ ୨ ଦିନ ମଧ୍ୟରେ ଲଘୁଚାପ ଝାଡ଼ଖଣ୍ଡ ଏବଂ ଛତିଶଗଡ଼ ଦେଇ ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଆଜି ପାଇଁ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା କୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଜିମ୍ବା ଦୁଇଟି ସ୍ଥାନରେ ଝଟକା ପବନ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିବା ସମ୍ଭାବନା ରହିଛି । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଏବଂ ଜଗତସିଂହପୁର ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । କିଛି କିଛି ସ୍ଥାନ ମାନଙ୍କରେ ପ୍ରବଳ ବଜ୍ରପାତ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।