କୋହଲା ପାଗକୁ ଝିପିଝିପି ବର୍ଷା; ରାଜ୍ୟରେ ସକ୍ରିୟ ଗୁରୁଚାପ ବଳୟ
ଭୁବନେଶ୍ୱର : କୋହଲା ପାଗକୁ ଝିପିଝିପି ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପାଗ ଜାରି ରହିଛି । ସକ୍ରିୟ ଗୁରୁଚାପ ବଳୟ ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ଫଳରେ ବିବିନ୍ନ ସ୍ଥାନରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ହେଉଛି ।
ବିଶେଷକରି ଦକ୍ଷିଣ ଉପକୂଳ ଓଡିଶା ସମେତ, କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଆଭ୍ୟନ୍ତରୀଣ ଜିଲ୍ଲାଗୁଡିକ ପ୍ରଭାବିତ ହୋଇଛି । ଏହାଛଡ଼ା ବିଭିନ୍ନ ଜିଲ୍ଲାରେ କୁହୁଡ଼ି ପଡ଼ିବା ନେଇ ସତର୍କତା ଜାରି କରାଯାଇଛି । ଆଜି ଘନ କୁହୁଡ଼ି ନେଇ । ଅନୁଗୁଳ,ଢେଙ୍କାନାଳ,ବାଲେଶ୍ବର, ଭଦ୍ରକ,ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର,ସମ୍ବଲପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୨୬ ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସମ୍ଭାବନା ରହିଛି ।