ଆଜି ବର୍ଷାରୁ ମିଳିବ ସାମନ୍ୟ ତ୍ରାହି, କାଲିଠୁ ପୁଣି ଭିଜିପାରେ ଓଡିଶା

ଭୁବନେଶ୍ୱର : ଆଜି ବର୍ଷାରୁ ମଳିବ ସାମନ୍ୟ ତ୍ରାହି । ପୁଣି କାଲିଠୁ ହାଲୁକା ବର୍ଷା ସମ୍ଭାବନା । ଆଜି ଘୂର୍ଣ୍ଣିବଳୟରେ ପରିଣତ ହେବ ଲଘୁଚାପ । ଫଳରେ ପାଗ ଶୁଖିଲା ରହିବ । ହେଲେ କାଲିଠୁ ପୁଣି ହାଲୁକା ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ ପ୍ରଭାବରେ ବର୍ଷା ନେଇ ଆକଳନ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ଼ ଏବଂ ନୂଆପଡାରେ ହାଲୁକା ବର୍ଷା ନେଇ ସତର୍କତା ଜାରି କରାଯାଇଛି । ୨୯ ତାରିଖରେ ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେପଟେ ଆଜିଠୁ ରାଜ୍ୟରେ ଶୀତ ବୃଦ୍ଧି ପାଇବା ସହ ଘନ କୁହୁଡିର ସର୍ତକତା ଜାରି କରାଯାଇଛି । ଯାଜପୁର, କେନ୍ଦ୍ରାପଡ।, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହେବ। ସର୍ବନିମ୍ନ ତାପମତ୍ରାରେ ୫ ଦିନ ଯାଏ କୌଣସି ପରିବର୍ତନ ନାହିଁ ।