ଚଳିତ ବର୍ଷ ସ୍ୱାଭାବିକ ଠାରୁ ୧୨ ପ୍ରତିଶତ କମ ବର୍ଷା ରେକର୍ଡ

1 min read

ଭୁବନେଶ୍ୱର: ଚଳିତ ବର୍ଷ ଗାଏବ ହୋଇଛି ବର୍ଷା । ବର୍ଷାର ଅପେକ୍ଷା ଚାଷି କିନ୍ତୁ ସମସ୍ତଙ୍କ ଧୋକା ଦେଇଛି ବର୍ଷା । ସ୍ୱଳ୍ପ ପରିମାଣର ବର୍ଷା ହେବେ କାଳ ହେଉଛି । ଜୁନର ଦ୍ୱିତୀୟ ସପ୍ତାହରୁ ମୌସୁମି ଓଡ଼ିଶା ଛୁଇଁ ଥିଲା  । ସେହି ସମୟରେ ସାମାନ୍ୟ ବର୍ଷା ପରେ ଏବେ କେଉଁ ଆଡ଼େ ଗାଏବ ହୋଇଯାଇଛି ବର୍ଷା । କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେଉଥିଲେ ହେଁ କିଛି ସ୍ଥାନରେ ବର୍ଷାର ବାସ୍ନା ଟିକେ ପାଇଁ ଡହଳ ବିକଳ ହେଲାଣି ଚାଷି ପରିବାର ।

ତେବେ ଏମଧ୍ୟରେ ରାଜ୍ୟରେ ପୁଣି କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବା ନେଇ ଆଞ୍ଚଳିକା ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ରାଜ୍ୟର କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ଗଜପତି, ଗଂଜାମ, ଏବଂ  ସୁନ୍ଦରଗଡ  ଜିଲ୍ଲାରେ କିଛି-କିଛି ଅଂଚଳରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାକି ଜିଲ୍ଲା ଗୁଡିକରେ  ଗୋଟିଏ ରୁ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହ ୩୧ ରୁ  ୨ ତାରିଖ ଯାଏ ବିଜୁଳି-ଘଡଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଲିଛି । କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଜୁନ୍ ପହିଲାରୁ ୨୯ ଜୁଲାଇ ୨୦୨୦ ମଧ୍ୟରେ ଓଡ଼ିଶାରେ ୪୭୩.୦  ମିମି ବର୍ଷା ରେକର୍ଡ ହୋଇଛି  । ଯାହା ସ୍ୱାଭାବିକ ବର୍ଷା ୫୩୮.୦  ମିମି ଠାରୁ ୧୨ ପ୍ରତିଶତ କମ ରେକର୍ଡ କରାଯାଇଛି |

Leave a Reply