spot_img

Latest Posts

ରାଜ୍ଯରେ ଜାରି ରହିଛି ନିର୍ଧୁମ ବର୍ଷା, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ସ୍ଥିତି ସଂଗୀନ

ଭୁବନେଶ୍ୱର : ରାଜ୍ଯରେ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓଡିଶାର ସ୍ଥିତି ସଂଗୀନ ହୋଇଛି । ସେପଟେ ଦୁର୍ବଳ ହେଲା ଗଭୀର ଅବପାତ। ଆଭ୍ୟନ୍ତରୀଣ ଓଡିଶା ଉପରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି। ଗତ ୬ ଘଣ୍ଟା ହେବ ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ଅବପାତ। ଉତ୍ତର ଛତିଶଗଡ଼ ଏବଂ ଆଭ୍ୟନ୍ତରୀଣ ଓଡିଶା ଉପରେ ରହିଛି।

ଝାରସୁଗୁଡା ଠାରୁ ୯୦ କିମି ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ହୋଇଛି। ସମ୍ବଲପୁର ଠାରୁ ୭୦ କିମି ପଶ୍ଚିମ ଉତ୍ତର ପଶ୍ଚିମରେ ରହିଛି ଅବପାତ। ଆଜି ସନ୍ଧ୍ୟା ସୁଦ୍ଧା ଦୁର୍ବଳ ହୋଇ ଓ୍ବେଲମାର୍କ ଲୋପ୍ରେସରରେ ପରିଣତ ହେବ। ପରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ମଧ୍ୟପ୍ରଦେଶ ମୁହାଁ ହେବ। ଏହାର ପ୍ରଭାବରେ ଆଜି ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ସମ୍ଭାବନା ରହିଛି। ବିଶେଷ କରି ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ସୋନପୁର, କଳାହାଣ୍ଡି, ନୂଆପଡା, ଦେବଗଡ଼ ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କାଲିଠାରୁ କମିବ ବର୍ଷାର ପରିମାଣ।

Latest Posts

Don't Miss