spot_img

Latest Posts

ତାତିରୁ ମିଳିଲା ତ୍ରାହି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ

ଭୁବନେଶ୍ବର: ତାତିରୁ ମିଳିଲା ତ୍ରାହି । ସକାଳୁ ଜାଳିଲା, ମଧ୍ଯାହ୍ନ ପରେ ତାତିରୁ ସାମାନ୍ଯ ଆଶ୍ବସ୍ତି ମିଳିଲା। ରାଜ୍ଯର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି। ହଠାତ ଟୁଇନସିଟି ଭୁବନେଶ୍ବର ଓ କଟକରେ ଆକାଶ ମେଘୁଆ ହେବା ସହ ଘଡ଼ଘଡ଼ି ବିଜୁଳି ସହ  ବର୍ଷାପବନ ହେଉଛି। କୁଆପଥର ସହ ଘଡ଼ଘଡ଼ି ଓ ବର୍ଷା ହେଉଛି। କଟକ ଚୌଦ୍ବାରରେ ପ୍ରବଳ ବର୍ଷା ପବନ ହୋଇଛି। ହଠାତ ଘଡ଼ଘଡ଼ି ଓ ବିଜୁଳି ସହ ବର୍ଷା ଜନଜୀବନକୁ ପ୍ରଭାବିତ କରିଛି। କେତେକ ସ୍ଥାନରେ ଗଛ ମଧ୍ଯ ଭାଙ୍ଗିଯାଇଛି। ଏପଟେ ଆଠଗଡ଼ରେ ବି କାଳବୈଶାଖୀ ହୋଇଛି। ବର୍ଷା ପବନ ଦ୍ବାରା ଶ୍ରମିକ ଦିବସରେ ଆୟୋଜିତ ସଭାର ଟେଣ୍ଟ ଭୁଶୁଡ଼ି ପଡ଼ିଛି। ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ।

 

Latest Posts

Don't Miss