ବଦଳିଲା ପାଗ, ଗରମରୁ ମିଳିଲା ଆଶ୍ବସ୍ତି

1 min read

ଭୁବନେଶ୍ବର: ବଦଳିଲା ପାଗର ମିଜାଜ । ଗରମରୁ ମିଳିଲା ଆଶ୍ବସ୍ତି । ଦିନ ସାରା ତାତି, ଅପରାହ୍ନରେ କାଳବୈଶାଖୀ । ଦିନ ସାଢେ ଦୁଇଟାରେ ଭୁବନେଶ୍ବରରେ ୪୩.୨ ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ଦିନ ୩ଟାରେ କାଳବୈଶାଖୀ ବର୍ଷା ହୋଇଛି । କଟକ-ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ତାତିରୁ ସାମାନ୍ଯ ଆଶ୍ବସ୍ତି ମିଳିଛି । କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ପବନ ମଧ୍ଯ ହୋଇଛି । ଅନ୍ଯପଟେ ଆଜି ଦିନ 2ଟା 30 ସୁଦ୍ଧା ଭୁବନେଶ୍ୱରରେ ସର୍ବାଧିକ 43.2 ଡିଗ୍ରୀ ତାତି ରେକର୍ଡ ହୋଇଛି । ଝାରସୁଗୁଡାରେ 42.9, ଚାନ୍ଦବାଲିରେ 42.2, ବାଲେଶ୍ୱରରେ 41.4, ରାଉରକେଲାରେ 40.8, ସମ୍ବଲପୁରରେ 40.1 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।