ବର୍ଷା ପରେ ବୁଢ଼ୁଛି ତାତି ! ବିଗୁଡ଼ୁଛି ପାଣିପାଗ, ୩୭.୫ ଡିଗ୍ରୀ ଛୁଇଁଲାଣି ତାପମାତ୍ରା

1 min read
Weather Forecast

ଭୁବନେଶ୍ୱର: ବର୍ଷା ପରେ ଏବେ ରାଜ୍ୟରେ ତାତି ବଢ଼ିବାରେ ଲାଗିଛି । ସକାଳ ପାଉ ପାଉ ଖରା ଦେଖିବାକୁ ମିଳୁଛି । ସତେ ଯେମିତି ଆଗକୁ ଆହୁରି ଅଧିକ ଖରା ହେବ ବୋଲି ସତର୍କ ସୂଚନା ଦେଉଛି ।

କିଛି ଦିନ ପୂର୍ବେ ଅଧା ରାଜ୍ୟ ବନ୍ୟା ଜଳରେ ଉବୁଟୁବୁ ହେଉଥିବା ବେଳେ ଏବେ ପ୍ରବଳ ଖରାର ସାମ୍ନା କରୁଛି । ବର୍ଷା ଦିନରେ ପ୍ରବଳ ତାତି । ସେପ୍ଟେମ୍ବର ମାସ ହେଲେ ସୁଦ୍ଧା ଏପ୍ରିଲ ମାସର ତାତି ଅନୁଭୂତ ହେଉଛି ।

Hit Wave

ଘରୁ ବାହାରିଲେ ଟାଇଁ ଟାଇଁ ଖରା, ଘର ଭିତରେ ରହିବା ବି ମୁସ୍କିଲ ହୋଇପଡୁଛି । ରାଜ୍ୟରେ ଦକ୍ଷିଣ -ପଶ୍ଚିମ ମୌସୁମି ବାୟୁ ଦୁର୍ବଳ ହେବା ସହ ବିଗିଡିଯାଇଛି ପାଣିପାଗର ମିଜାଜ୍‌ । ୨୪ ଘଣ୍ଟାରେ ରାଜ୍ୟର ୧୧ଟି ସ୍ଥାନରେ ଅସହ୍ୟ ଗରମ ଅନୁଭୂତ ହୋଇଥିବା ପାଣିପାଗ କେନ୍ଦ୍ରପକ୍ଷରୁ ସୂଚନା ମିଲିଛି । ୧୧ଟି ସ୍ଥାନରେ ତାପମାତ୍ରା ୩୫.୦ ଡିଗ୍ରୀ ସେଲସିଅସ ଓ ତାଠାରୁ ଅଧିକ ଥିବା ରେକର୍ଡ କରାଯାଇଛି । ସବୁଠୁ ଉତପ୍ତ ସହର ପାଲିଟଛି ପାରଳାଖେମୁଣ୍ଡି । ପାରଳାଖେମୁଣ୍ଡିରେ ତାପମାତ୍ରା ୩୭.୫ ଡିଗ୍ରୀ ସେଲସିଅସ ଥିବା ରେକର୍ଡ ହୋଇଛି । ସେହିଭଳି ରାୟଗଡ଼ାରେ ୩୫ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ୩୬.୫, ଚାନ୍ଦବାଲି ଓ ଅନୁଗୁଳରେ ୩୬.୧, କଟକ ଓ ବୌଦ୍ଧରେ ୩୬ ଡିଗ୍ରୀ, ଭୁବେନଶ୍ୱରରେ ୩୫.୫, ସମ୍ବଲପୁର ଓ ଟିଟିଲାଗଡ଼ରେ ୩୫.୨ ଓ ନୟାଗଡ଼ରେ ୩୫ଡିଗ୍ରୀ ସେଲସିଅସ ତାପମାତ୍ରା ରହିଛି ।

Leave a Reply