ହେମଗିରି ବିଇଓ ଓ କିରାଣି ଗିରଫ, ପ୍ରଧାନଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ

Odisha Vigilance Arrested Two Officer And One Clerk In Bribe Case

ରାଉରକେଲା/ ଅନୁଗୁଳ: ବନ୍ଧା ହେଲେ ବାବୁ । ଲାଞ୍ଚ ନେଇ ତିନି ତିନି ଜଣ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ହେମଗିରିରେ ଭିଜିଲାନ୍ସ ଚଢ଼ାଉ କରି ବିଇଓ ଓ କିରାଣିଙ୍କୁ ବାନ୍ଧିଥିବା ବେଳେ ଅନୁଗୁଳରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Odisha Vigilance Arrested Two Officer And One Clerk In Bribe Case

୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ହେମଗିରି ବିଇଓ ଓ କିରାଣି । ଭିଜିଲାନ୍ସ ବିଭାଗ ୩୫ ହଜାର ଲାଞ୍ଚ ଟଙ୍କା ଜବତ କରିବା ସହ ବିଇଓ ସୁରେନ୍ଦ୍ର କୁମାର ସାହୁ ଓ କିରାଣି ବିରଞ୍ଚି ଖିଲାଇଙ୍କୁ ଗିରଫ କରିଛି । ଜଣେ ପ୍ରଧାନଶିକ୍ଷକଙ୍କ ଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଉଭୟ ଧରାପଡ଼ିଛନ୍ତି । ଦୁରାବଗା ଛକରେ ଲାଞ୍ଚ ଟଙ୍କା ନେଉଥିବା ବେଳେ ସୁନ୍ଦରଗଡ଼ ଭିଜିଲାନ୍ସ ଉଭୟଙ୍କୁ ଧରିଥିଲା ।

Odisha Vigilance Arrested Two Officer And One Clerk In Bribe Case

ଅନ୍ୟପଟେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଅନୁଗୁଳ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ । ନିଜର ସହାୟିକା ତଥା ରୋଷେୟାଙ୍କ ଠାରୁ ୪୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଅଞ୍ଚଳର ଚର୍ତୁଭୂଜ ପୋଢ଼ ନାମକ ଜଣେ ବ୍ୟକ୍ତି ୨୦୦୬ ମସିହାରେ ସମାଜ ମଙ୍ଗଳ ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଥିଲେ । ସେତେବେଳେ ମଧ୍ୟ ସମାଜ ମଙ୍ଗଳ ଅଧିକାରୀ ଚାରୁଲତା ମଲ୍ଲିକ ଥିଲେ । ଚାକିରି କରାଇ ଦେବା କହି ଚର୍ତୁଭୂଜଙ୍କୁ ଟଙ୍କା ମାଗି ଆସୁଥିଲେ ଚାରୁଲତା ।

Odisha Vigilance Arrested Two Officer And One Clerk In Bribe Case

ତେବେ ଚର୍ତୁଭୂଜ ଟଙ୍କା ଦେବାକୁ ସକ୍ଷମ ନ ଥିବାରୁ ଆକ୍ରୋଶମୂଳକ ଭାବେ ଚାରୁଲତା ଗତ ୩ ମାସ ହେଲା ଚର୍ତୁଭୂଜଙ୍କ ଦରମା ବନ୍ଦ କରି ଦେଇଥିଲେ । ବକେୟା ଦରମା ପାସ୍ କରିବାକୁ ଏବଂ ଚାକିରୀ ବାବଦରେ ୫୦ ହଜାର ଟଙ୍କା ଦାବି କରିଥିଲେ । ଏଥିପାଇଁ ଚର୍ତୁଭୂଜ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ପୂର୍ବ ଯୋଜନା ପ୍ରକାରେ ଆଜି ୪୯ ହଜାର ଟଙ୍କା ଲାଞ୍ଚ ଦେବାବେଳେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ବିଭାଗ ଚାରୁଲତାଙ୍କୁ ଗିରଫ କରିଛି ।

Leave a Reply