ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍

1 min read

ଭୁବନେଶ୍ୱର: ଏଣିକି ସବୁ ନୂଆ ଟ୍ରାନ୍ସପୋର୍ଟ ଗାଡ଼ିରେ ଲାଗିବ ଟ୍ରାକିଙ୍ଗ ଡିଭାଇସ୍। ନୂଆବର୍ଷରୁ ପରିବହନ ବିଭାଗ ଆଣୁଛି ନୂଆ ନିୟମ। ଜାନୁଆରୀ ପହିଲାରୁ ସବୁ ନୂଆ ଗାଡ଼ିରେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି। ୩୦ ଜୁନ ସୁଦ୍ଧା ସବୁ ପୁରୁଣା ଟ୍ରାନ୍ସପୋର୍ଟ ଗାଡ଼ିରେ ଏହି ଟ୍ରାକିଙ୍ଗ ଡିଭାଇସ ଲାଗିବ। ଗାଡ଼ିରେ ରହିବ ପାନିକ ବଟନ।

କିଛି ଅଘଟଣ ହେଲେ କିମ୍ବା ମହିଳାଙ୍କୁ ଦୁର୍ବ୍ୟବହାର କଲେ ଏହି ପାନିକ ବଟନକୁ ଦବାଇଲେ କଣ୍ଟ୍ରୋଲ ରୁମକୁ ସୂଚନା ମିଳିପାରିବ। ଏହାସହ ଲୋକାଲ ପୋଲିସ ଷ୍ଟେସନ, ଡାକ୍ତରଖାନାର ଆପତ୍ତିକାଳୀନ କଣ୍ଟ୍ରୋଲ ରୁମ ଓ ପିସିଆରକୁ ମଧ୍ୟ ପହଞ୍ଚିଯିବ ମେସେଜ। ଆଗକୁ ସବୁ ସ୍କୁଲ, କଲେଜ ଓ ଇନଷ୍ଟିଚ୍ୟୁଟିର ଟ୍ରାନ୍ସପୋର୍ଟ ଗାଡ଼ିରେ ମଧ୍ୟ ଲାଗିବ ଏହି ଡିଭାଇସ।

ନିୟମ ନମାନିଲେ ଗାଡିର ଫିଟନେସ ଓ ଲାଇସେନ୍ସ ରଦ୍ଦ କରାଯିବ। ଭୁବନେଶ୍ୱର ଆରଟିଓ-୨ ରେ ଏହି କମାଣ୍ଡ କଣ୍ଟ୍ରୋଲ ସେଣ୍ଟରର ଶୁଭାରମ୍ଭ କରିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ। କାର୍ଯ୍ୟକ୍ରମରେ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ଓ କମିଶନର ଅମିତାଭ ଠାକୁର ଉପସ୍ଥିତ ଥିଲେ।