୧୦ ଲକ୍ଷରୁ ଅଧିକ ବୟସ୍କ ନାଗରିକ ନେଲେଣି କରୋନା ଟିକା

1 min read
Odisha vaccinated more than 10 lakh elderly citizens of 60 years & above

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆଜି ରାଜ୍ୟର ମୋଟ ୯୩୯ଟି ସ୍ଥାନରେ ଟିକାକରଣ ହୋଇଥିବା ବେଳେ ୫୪ଟି କୋଭାକ୍ସିନ୍ ଦିଆଯାଇଛି । ମଙ୍ଗଳବାର ଟିକା ନେଇଛନ୍ତି ୭୮ ହଜାର ୮୧୩ ଜଣ । ସେଥିମଧ୍ୟରୁ ଆଜି ୭୪୮ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୧୪୬୦ ଜଣ ସ୍ୱାସ୍ଥ୍ୟକର୍ମୀ ଦ୍ୱିତୀୟ ଡୋଜ୍, ୮୭୨ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଟିକା ଓ ୩ ହଜାର ୩୯୧ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।

୪୫ରୁ ୫୯ ବର୍ଷ ବୟସ୍କ ଗମ୍ଭୀର ରୋଗରେ ଆକ୍ରାନ୍ତ ୫ ହଜାର ୬୮୮ ଜଣ ଟିକା ନେଇଥିବା ବେଳେ ୬୦ ହଜାରରୁ ଉର୍ଦ୍ଧ୍ୱ ବୟସ୍କ ୬୬ ହଜାର ୬୫୪ ଜଣ ଆଜି ଟିକା ନେଇଛନ୍ତି । ଏଥିସହ ଆଜି ରାଜ୍ୟରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ୧୦ ଲକ୍ଷ ନାଗରିକ କୋଭିଡ୍ ଟିକା ନେଇଥିବା ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏଯାବତ୍ ରାଜ୍ୟରେ ୩ ଲକ୍ଷ ୧୦ ୮୩ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ଟିକା ନେଇଥିବା ବେଳେ ୨ ଲକ୍ଷ ୫୦ ୭୦୫ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି । ସେହିଭଳି ୧ ଲକ୍ଷ ୮୧ ହଜାର ୪୧୫ ଜଣ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍ ଓ ୧ ଲକ୍ଷ ୨୭ ହଜାର ୭୩୨ ଜଣ ସମ୍ମୁଖ ଯୋଦ୍ଧା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଛନ୍ତି । ଗମ୍ଭୀର ରୋଗରେ ଆକ୍ରାନ୍ତ ୪୫ରୁ ୫୯ ବର୍ଷ ବୟସ୍କ ୫୯ ହଜାର ୯୬୯ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ୧୦ ଲକ୍ଷ ୩୦ ହଜାର ୮୧୫ ଜଣ ୬୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକା ଦିଆଯାଇଛି ।

Odisha vaccinated more than 10 lakh elderly citizens of 60 years & above

ରାଜ୍ୟରେ ମୋଟ ୧୯ ଲକ୍ଷ ୬୦ ହଜାର ୭୧୯ ଜଣ କରୋନା ଟିକା ନେଇଛନ୍ତି । ରାଜ୍ୟରେ ଏବେ ଟିକାକରଣ ଜାରି ରହିଥିବା ବେଳେ କେନ୍ଦ୍ରର ନିଷ୍ପତ୍ତି ଅନୁସାରେ ଏପ୍ରିଲ୍ ପହିଲାରୁ ୪୫ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବୟସ୍କଙ୍କୁ ଟିକା ଦିଆଯିବ । ଅନ୍ୟପଟେ ଆଜି ଓଡ଼଼ିଶାରେ ୩ ଲକ୍ଷ ୭୦ ହଜାର ୭୨୦ ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଛି ।

Leave a Reply