Odisha Unlock 4: ଆସନ୍ତା ୧୨ରୁ ଓଡ଼ିଶାରୁ ଗଡ଼ିବ ଆଉ ୨ଟି ଟ୍ରେନ୍
1 min readଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦେଶରେ ଆଉ ଅଧିକ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୨ରୁ ଦେଶର ବିଭିନ୍ନ ସ୍ଥାନକୁ ଆଉ ୪୦ ଯୋଡ଼ା ଅର୍ଥାତ୍ ୮୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ୧୦ ତାରିଖରୁ ବୁକିଂ ଆରମ୍ଭ ହେବ । ଅନଲକ୍ ପରେ ଆରମ୍ଭ ହୋଥିବା ଟ୍ରେନ୍ ସେବା ଭଳି ଏଥିରେ କେବଳ ପୂର୍ବରୁ ଟିକେଟ୍ ରିଜର୍ଭସେନ କରିଥିବା ଯାତ୍ରୀ ଯାତ୍ରା କରିପାରିବେ ।
Indian Railways to run additional 40 pairs of special trains from 12th September. Booking for these trains will start from 10th September.
भारतीय रेल 12 सितंबर से 40 जोड़ी विशेष ट्रेनों को आरंभ करने जा रही है, जिनकी बुकिंग 10 सितंबर से शुरू होगी।
?https://t.co/8RCfh4N4ft pic.twitter.com/NqUjWSxiSW
— Piyush Goyal (मोदी का परिवार) (@PiyushGoyal) September 5, 2020
ପୁରୀରୁ ଅହମଦାବାଦକୁ ଟ୍ରେନ୍ ସପ୍ତାହକୁ ଗୋଟିଏ ଦିନ ଚାଲିବ । ସେହିଭଳି ଅହମଦାବାଦରୁ ପୁରୀକୁ ଟ୍ରେନ୍ ସପ୍ତାହକୁ ଥରେ ଆସିବ । ପୁରୀରୁ ଟ୍ରେନ୍ ବୁଧବାର ଛାଡ଼ିବ । ସେହିଭଳି ଅହମଦାବାଦରୁ ପୁରୀ ଆସିବାକୁ ଥିବା ଟ୍ରେନ୍ ଶୁକ୍ରବାର ଛାଡ଼ିବ । ଦୁର୍ଗ-ପୁରୀ ମଧ୍ୟରେ ପ୍ରତିଦିନ ଟ୍ରେନ୍ ଚାଲିବ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ଅନଲକିଂର ପ୍ରଥମ ପର୍ଯ୍ୟାୟରେ ମେ ୧୨ ତାରିଖରୁ ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନକୁ ପରୀକ୍ଷାମୂଳକ ଭାବେ ଦେଶରେ ଚାଲିବାକୁ ଅନୁମତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ଆଉ ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଜୁନ୍ ୧ ତାରିଖରୁ ଆରମ୍ଭ କରିଥିଲେ । ଏବେ ଦେଶରେ ମୋଟ ୨୩୦ଟି ଟ୍ରେନ୍ ଚାଲୁଥିବା ବେଳେ ଆସନ୍ତା ୧୨ରୁ ଆଉ ୪୦ ଯୋଡ଼ା ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛି ଭାରତୀୟ ରେଳବାଇ ।