spot_img

Latest Posts

62ତମ ପ୍ରତିଷ୍ଠା ଦିବସ ପାଳନ କରିବ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର : ଆସନ୍ତାକାଲି ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପାଳନ କରିବ 62ତମ ପ୍ରତିଷ୍ଠା ଦିବସ । ଏହି ଉତ୍ସବରେ କୃଷି ଓ କୃଷକ ସଶକ୍ତିକରଣ ଓ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟକ୍ରମରେ କୃଷି ଓ କୃଷକ ଶଶକ୍ତିକରଣ ବିଭାଗର ପ୍ରମୁଖ ଶାଶନ ସିଚବ ଅରବିନ୍ଦ ପାଢୀ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସଚିବ ସୁରେଶ କୁମାର ବଷିଷ୍ଠ ମଧ୍ୟ ଯୋଗ ଦେବେ । ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହେବ । ଏଥିସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକ ଛାତ୍ରଛାତ୍ରୀ ପୁରସ୍କୃତ ହେବେ । ଏହି ଦିବସରେ ବିଶ୍ବବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଆପ୍, ଭିଜିଅନନ ପୁସ୍ତକ, ଶୈକ୍ଷିକ-ଶିଳ୍ପ ପୁସ୍ତକ, ଚାଷିର ସଂସାର ଆଦି ଉନ୍ମୋଚନ କରାଯିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପ୍ରେସମିଟ କରି ସୂଚନା ଦେଇଛନ୍ତି କୁଳପତି ।

କାର୍ଯ୍ୟକ୍ରମ ବେଳେ ରେଜିଷ୍ଟାରଙ୍କ ସମସ୍ତ ବିଭାଗୀୟ ମୁଖ୍ୟ ଉପସ୍ଥିତ ରହିଥିଲେ  । ପ୍ରତିଷ୍ଠା ଦିବସ ଅବସରରେ ଓମ୍ବାଡସି ଦ୍ଵାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକ ଯୁବତୀମାନଙ୍କ ପାଇଁ ଏକ ବର୍ଷିକିଆ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏହି ଦିବସରେ କୃଷି ମହାବିଦ୍ୟାଳୟର ଦ୍ବିତୀୟ ମହଲା ଉଦ୍‌ଘାଟିତ ହେବ । ଏହାଦ୍ଵାରା ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟରେ ସୁବିଧା ହୋଇପାରିବ  ବୋଲି କୁଳପତି କହିଛନ୍ତି । କୃଷି ଓ ଆନୁଷଙ୍ଗିକ ବିଷୟରେ ଶିକ୍ଷା ଗବେଷଣା ଓ ସମ୍ପ୍ରସାରଣର ଲକ୍ଷ୍ୟ ନେଇ ସୃଷ୍ଟି ହୋଇଥିବା ବିଶ୍ଵବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଦେଶର ଦ୍ଵିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳ ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ୧୯୬୨ ମସିହା ଅଗଷ୍ଟ ୨୪ ତାରିଖରେ ସ୍ଥାପନ କରାଯାଇଥିଲା ।

Latest Posts

Don't Miss