ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରେ ନୂଆ ଓଟିଇଏଓ୍‌ ପଦବୀ ସୃଷ୍ଟି

ଭୁବନେଶ୍ୱର: ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗରେ ନୂଆ ଓଟିଇଏଓ୍‌ ପଦବୀ ସୃଷ୍ଟି । ଓଡ଼ିଶା ଟ୍ରାନ୍ସପୋର୍ଟ ଇଞ୍ଜିନିୟରିଂ ସର୍ଭିସ ପଦବୀ ସୃଷ୍ଟି କରାଯାଇଛି । ଜଣେ ଲେଖାଏଁ ଅତିରିକ୍ତ ଓ ଯୁଗ୍ମ କମିଶନର, ୩ଉପକମିଶନର ପଦବୀ ଏଥିରେ ରହିଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ନୂଆ ପଦବୀ ସୃଷ୍ଟି କରାଯାଇଛି ।

ଏହି ନୂଆ କ୍ୟାଡରର ଅଧିକାରୀ ସଡ଼କ ସୁରକ୍ଷା ଦିଗରେ କାମ କରିବେ । ରାଜ୍ୟରେ ତ୍ରୁଟିପୂର୍ଣ୍ଣ ଡିଜାଇନ ଜନିତ ଦୁର୍ଘଟଣା ରୋକିବା ଦିଗରେ କାମ କରିବେ ଏହି ସବୁ ଅଧିକାରୀ । ରାଜ୍ୟରେ ସଡକ ଦୂର୍ଘଟଣା କମାଇବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି,ଏହି ଓଟିଇଏସ ପଦବୀ ସୃଷ୍ଟି ହେବା ଫଳରେ ବିଭିନ୍ନ ବ୍ଲାକ୍ ସ୍ପଟ ସ୍ଥାନ ଚିହ୍ନଟ କରି ଡିଜାଇନିଂ ପରିବର୍ତ୍ତନ ଦ୍ବାରା ଏହାର ସମାଧାନ କରାଯିବ ।