ଓଡିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ

ନୂଆଦିଲ୍ଲୀ:  ଶିଶୁ ଟିକାକରଣ ସମ୍ପର୍କରେ ୟୁନିସେଫ ରିପୋର୍ଟ । ଓଡିଶାରେ ଟିକାକରଣ ହାର ଦେଶରେ ସର୍ବୋଚ୍ଚ । ସାରା ବିଶ୍ୱରେ ଭାରତ ଟିକାକରଣ କ୍ଷେତ୍ରରେ ଅଗ୍ରଣୀ ଦେଶ । ଯୁନିସେଫ ଇଣ୍ଡିଆ ପକ୍ଷରୁ ଦ ଷ୍ଟେଟ ଅଫ୍ ଦି ଓ୍ୱାର୍ଲଡ ଚିଲଡ୍ରେନ ୨୦୨୩, ଫର ଏଭ୍ରି ଚାଇଲ୍ଡ ଭ୍ୟାକସିନେସନ ନାମକ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପିଲାମାନଙ୍କ ପାଇଁ ଟିକାକରଣର ମହତ୍ୱ ବିଷୟରେ ଅଧ୍ୟୟନ କରିଥିବା ବିଶ୍ୱର ୫୫ ଦେଶ ମଧ୍ୟରୁ କେବଳ ଚୀନ , ଭାରତ. ମେସ୍କିକୋରେ ଏହା ଉପରେ ଲୋକଙ୍କ ଧାରଣା ଅଧିକ ଲୋକପ୍ରିୟ ଏବଂ ଉନ୍ନତ ହୋଇଛି ।

ଭାରତ ଟିକାଦାନ କ୍ଷେତ୍ରରେ ସବୁଠାରୁ ଭରସାଯୋଗ୍ୟ ରାଷ୍ଟ୍ରର ମାନ୍ୟତା ପାଇଛି । ଏହା ବ୍ୟତୀତ ଆମ ରାଜ୍ୟ ଓଡିଶାରେ ଏହି ଟିକାକରଣ କଭରେଜ ୯୦ ଦଶମିକ ୫ ପ୍ରତିଶତ ରହିଛି ଯାହାକି ଜାତୀୟହାର ୭୬ ଦଶମିକ ୪ ପ୍ରିତଶତ ଠାରୁ ଯଥେଷ୍ଟ ଅଧିକ ଅଟେ । ଅପହଞ୍ଚ ଇଲାକାରେ ପିଲାମାନଙ୍କୁ ଟିକାକରଣ କରିବା ପାଇଁ ପଞ୍ଚାୟତରାଜ ଅନୁଷ୍ଠାନ ତଥା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ଥାନୀୟ ଲୋକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରିବା ପାଇଁ ଓଡିଶା ସରକାରଙ୍କ ବଳିଷ୍ଠ ପଦକ୍ଷେପ ପାଇଁ ଏହା ସମ୍ଭବ ହୋଇଛି । ରାଜ୍ୟର ୩୦ ଜିଲ୍ଲା ମଧ୍ୟରୁ ୨୦ଟି ଜିଲ୍ଲାରେ ଟିକାକରଣର ହାର ୯୦ ପ୍ରତିଶତରୁ ଅଧିକ ହୋଇଛି ।