ମାର୍ଚ୍ଚରୁ ଆହୁରି ବଢିବ ତାତି, ରେଡ଼ମାର୍କରେ ରହିଛି ରାଜଧାନୀ

ଭୁବନେଶ୍ବର: ଭାଙ୍ଗିଲା ୧୨୩ ବର୍ଷର ରେକର୍ଡ । ଦେଶରେ ଅହେତୁକ ଭାବରେ ବଢୁଛି ତାପମାତ୍ରା । ଦିନ ତାପମାତ୍ରାରେ ସବୁଠୁ ଉତ୍ତପ୍ତ ହୋଇଛି ୨୦୨୩ ମସିହାର ଫେବ୍ରୁଆରୀ । ୧୯୦୧ରୁ ୨୦୨୩ ମଧ୍ୟରେ ଗତ ଫେବ୍ରୁଆରୀରେ ଦିନର ହାରାହାରି ତାପମାତ୍ରା ୨୯.୫୪ ଡିଗ୍ରୀ ରେକର୍ଡ ହୋଇଛି ।

୨୦୦୯ ରେ ୨୯.୨୩, ୨୦୧୭ରେ ୨୯.୨୪, ୨୦୦୬ରେ ୨୯.୩୧ ଏବଂ ୨୦୧୬ ରେ ୨୯.୪୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା । ଆଇଏମଡିର ଆକଳନ ଅନୁସାରେ ଆଜିଠୁ ସ୍ଥିତି ସଂଗୀନ ହେବ । ସ୍ବାଭାବିକ ଠାରୁ ୪ ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ବଢିବ ପାରଦ । ରେଡମାର୍କରେ ରହିଛି ରାଜଧାନୀ ଭୁବନେଶ୍ବର । ଓଡ଼ିଶାର ଅଧିକାଂଶ ଅଞ୍ଚଳକୁ ଅରେଞ୍ଜ ମାର୍କ ଜାରି କରାଯାଇଛି ।

ମାର୍ଚ୍ଚରୁ ମେ ମଧ୍ୟରେ ସ୍ବାଭାବିକ ଠାରୁ ଅଧିକ ରହିବ ତାପମାତ୍ରା । ଚଳିତ ସପ୍ତାହରେ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାତି ବଢିବ ବୋଲି ପୂର୍ବାନୁମାନ କରାଯାଇଛି ।