ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟାରେ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତ ବର୍ତ୍ତମାନ ଗାଙ୍ଗେଟିକ୍ ପଶ୍ଚିମବଙ୍ଗ ଅଂଚଳ ଉପରେ ରହିଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତିକରି ଆଜି ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ପରେ ଝାରଖଣ୍ଡ ଓ ଦକ୍ଷିଣ ଛତିଶଗଡ ଆଡକୁ ଗତି କରିବ ଅବପାତ ।

ପ୍ରଭାବରେ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ରହିବା ସହ କାଁଭାଁ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୯ ତାରିଖରୁ ପୁଣିଥରେ ବର୍ଷା ବଢିବା ସମ୍ଭାବନା ରହିଛି । ଏବେ ସାରା ରାଜ୍ୟରେ ୯୭୬.୨ ମିମି ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ୮ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି ।