spot_img

Latest Posts

ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି, ମେ ୨ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଆଉଟୁ ପାଉଟୁ ସାରା ରାଜ୍ଯ । ଆକାଶରୁ ବର୍ଷୁଛି ନିଆଁ । ଗତବର୍ଷର ରେକର୍ଡ ଭାଙ୍ଗିଛି ତାତି । ଆସନ୍ତା ମେ ୨ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି କହିଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟ୍ଓ୍ବେଭ୍ ପାଇଁ ୨୩ ଜିଲ୍ଲାକୁ ସତର୍କ କରାଯାଇଛି । ତେବେ ୨୧ ଏବଂ ୨୨ ତାରିଖ ବେଳକ ସାମୟିକ ଆଶ୍ବସ୍ତି ଆଣିପାରେ କାଳବୈଶାଖୀ ବର୍ଷା ।

୨୬ ରୁ ମେ ଦୁଇ ଯାଏଁ ପୁଣି ନିଆଁ ବର୍ଷା । ଆଜି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ମୟୁଭରଞ୍ଜ, ସୁନ୍ଦରଗଡ, ଅନୁଗୁଳ, ନୟାଗଡ, ଝାରସୁଗୁଡା, ବୌଦ୍ଧ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ଦେବଗଡ, ସମ୍ବଲପୁର, କନ୍ଧମାଳ, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁରକୁ ସତର୍କତା ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ୪୨ ରୁ ୪୬ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହୋଇପାରେ ।

ସିଭିୟର ହିଟ୍ଓ୍ବେଭ୍ ଆଲର୍ଟ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶିଶୁ, ବୟସ୍କ, ରୋଗୀ ଏବଂ ଗର୍ଭବତୀ ମହିଳାଙ୍କୁ ଖରାକୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟ ମଧ୍ୟରେ ଯଦି କୌଣସି ଠିକାଦାର ଶ୍ରମିକ ମାନଙ୍କୁ କାମରେ ଲଗାନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Latest Posts

Don't Miss