ନଭେମ୍ୱର ପହିଲାରୁ ଆରମ୍ଭ ହେବ ଖରିଫ୍ ଧାନ ସଂଗ୍ରହ…

1 min read

ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି  । ଚଳିତ ବର୍ଷ ନଭେମ୍ବର ପହିଲାରୁ ମାର୍ଚ୍ଚ ୩୧ ଯାଏ ଖରିଫ୍ ଧାନ ସଂଗ୍ରହ ହେବ । ଏଥର ଅଢେଇ ଲକ୍ଷ ଚାଷୀ ଅଧିକ ଅନଲାଇନରେ ପଞ୍ଜିକରଣ କରିଥିବାରୁ ସଂଖ୍ୟା  ୧୪.୯୭ ଲକ୍ଷରେ ପହଞ୍ଚିଛି ।

ଗତ ବର୍ଷ ୭୦.୫୬ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିଲା । ହେଲେ ୨୦୨୦-୨୧ ଖରିଫ୍ ଓ ରବିରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ତେବେ ଅଧିକ ଧାନ ସଂଗ୍ରହରେ ପି- ପାସ୍ ସଫ୍ଟୱେୟାର ବ୍ୟବସ୍ଥାର ତ୍ରୁଟି ବାଧକ ସାଜୁଥିଲା । ଯାହା ସମାଧାନ ହୋଇଯାଇଥିବା ବୈଠକରେ ଉଲ୍ଲେଖ କରାଯାଇଛି ।

ସ୍ଥିତି ସୁଧୁରିଥିବାରୁ ୨୪ରୁ ୪୮ ଘଣ୍ଟା ଭିତରେ ଚାଷୀଙ୍କୁ ମୂଲ୍ୟ ହସ୍ତାନ୍ତର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବରଗଡ଼, ଭଦ୍ରକ, ବଲାଙ୍ଗୀର, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ନୂଆପଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଆଦି ୧୧ ଜିଲ୍ଲାରେ ୨୨୪ ଏସଏଚଜି ଧାନ ସଂଗ୍ରହ କରିବେ ।

Leave a Reply