ପ୍ରସ୍ତୁତ ହେବ ଛୋଟ ଛୋଟ କୋଭିଡ୍ କେୟାର ସେଣ୍ଟର

1 min read
Odisha To Setup Small Covid Care Centre Amid Third Wave Warning

ଭୁବନେଶ୍ୱର: ସମ୍ଭାବ୍ୟ ତୃତୀୟ ଲହରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଦ୍ୱିତୀୟ ପର୍ଯ୍ୟାୟ ଯୋଜନା । ଏହି ଯୋଜନାରେ ମାର୍ଚ୍ଚ ୨୦୨୨ ସୁଦ୍ଧା ପ୍ରସ୍ତୁତ ହେବ ଛୋଟ ଛୋଟ କୋଭିଡ୍ କେୟାର ସେଣ୍ଟର । ୬ରୁ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ । ଏନେଇ ରାଜ୍ୟ ସରକାର ଗତ ଜୁଲାଇ ମାସରେ କେନ୍ଦ୍ରକୁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରୀ ମଳିଛି । ଏ ବାବଦରେ ୮୫୯ କୋଟି ୯୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି । କେନ୍ଦ୍ର ରାଜ୍ୟ ସହଭାଗିତାରେ ଏହି ସବୁ କୋଭିଡ୍ କେୟାର ସେଣ୍ଟର ପ୍ରତିଷ୍ଠା କରାଯିବ ।
Odisha To Setup Small Covid Care Centre Amid Third Wave Warning
ଏହି ଯୋଜନା ରାଜ୍ୟରେ ମହାମାରୀ ସଂକ୍ରମଣର ମୁକାବିଲାରେ ସ୍ଥାୟୀ ଭିତ୍ତିଭୂମି ସୃଷ୍ଟି କରିବାରେ ସହଯୋଗ କରିବ । କୋଭିଡ୍ ମୁକାବିଲାରେ ଏହି ସ୍ଥାୟୀ ସ୍ୱାସ୍ଥ୍ୟସେବା ଯୋଜନା ଅଗ୍ରଗତିର ନିୟମିତ ସମୀକ୍ଷା କରାଯିବା ସହ ରାଜ୍ୟ ଡାସ୍‌ବୋର୍ଡରେ ମଧ୍ୟ ଏ ସମ୍ପର୍କିତ ତଥ୍ୟ ରହିବ । କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟର ଅଗ୍ରଗତି ନେଇ କେନ୍ଦ୍ରକୁ ମଧ୍ୟ ରାଜ୍ୟ ସରକାର ମାସିକିଆ ରିପୋର୍ଟ ପ୍ରଦାନ କରିବେ । ଆରଟି-ପିସିଆର ଲ୍ୟାବ ସହ ଜିଲ୍ଲାସ୍ତରରେ ମଧ୍ୟ ଜନସ୍ୱାସ୍ଥ୍ୟ ଲ୍ୟାବ ପ୍ରତିଷ୍ଠା କରାଯିବ ।
Odisha To Setup Small Covid Care Centre Amid Third Wave Warning
ସେପଟେ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତଙ୍କୁ ଦିଆଯିବ ପ୍ରଥମ ଡୋଜ ଟିକା । ଏହି ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗ ଦୈନିକ ୪ ଲକ୍ଷ ଟିକାକରଣ ଟାର୍ଗେଟ ରଖିଛି । ଜାନୁଆରୀରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩ କୋଟିରୁ ଅଧିକ ଲୋକଙ୍କୁ ଟିକାକରଣ କରାଯାଇଛି । ସେଥିମଧ୍ୟରୁ ୨ କୋଟି ୧୮ ଲକ୍ଷ ୪୧ ହଜାର ୮୧ ଜଣ ଅର୍ଥାତ ୭୦ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ।

Leave a Reply