ଫେବ୍ରୁଆରୀ ୧୪ରୁ ଖୋଲିବ ପ୍ରାଥମିକ ବିଦ୍ୟାଳୟ, ୨୮ରୁ ଆସିବେ ପିଲା

Odisha To Reopen Primary Schools Offline Classes From 28th February

ଭୁବନେଶ୍ୱର: ବଦଳିଲା ବିଦ୍ୟାଳୟ ଖୋଲିବା ନିଷ୍ପତ୍ତି । ଆସନ୍ତା ୧୪ରୁ ଖୋଲିବନି ପ୍ରଥମରୁ ସପ୍ତମ ଶ୍ରେଣୀ ବିଦ୍ୟାଳୟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରୀ ୨୮ ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବ । ୨ ବର୍ଷ ହେଲା କୋଭିଡ୍ ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଆବର୍ଜନା ସଫା ପାଇଁ ସମୟ ଲାଗୁଛି । ତା’ଛଡ଼ା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଭାଗ ଏଭଳି ନିଷ୍ପତ୍ତି ନେଇଛି ।

Odisha To Reopen Primary Schools Offline Classes From 28th February

ଫେବ୍ରୁଆରୀ ୧୪ରୁ ପ୍ରଥମରୁ ସପ୍ତମ ଶ୍ରେଣୀଗୃହ ପାଠପଢ଼ା ନେଇ ନିଷ୍ପତ୍ତି ହୋଇଥିଲା । ଏଥିପାଇଁ ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ ଆବଶ୍ୟକ ମରାମତି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ଅନୁଷ୍ଠିତ ହେଉଥିବା ପଞ୍ଚାୟତ ନିର୍ବାଚନରେ ଅଧିକାଂଶ ଶିକ୍ଷକ ଓ ଅନ୍ୟ କର୍ମଚାରୀ ନିୟୋଜିତ ହେଉଛନ୍ତି । ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଅଧିକାଂଶ ବିଦ୍ୟାଳୟରେ ମତଦାନ କେନ୍ଦ୍ର ହେଉଛି ।

ଏସବୁକୁ ନଜରରେ ରଖି ପିଲାଙ୍କ ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ ଆସନ୍ତା ୨୮ରୁ ବିଦ୍ୟାଳୟରେ ପ୍ରଥମରୁ ସପ୍ତମ ଶ୍ରେଣୀ ପାଠପଢ଼ା ହେବ । ତେବେ ୧୪ ତାରିଖରୁ ସ୍କୁଲ ଖୋଲିବାକୁ ଥିବାବେଳେ କେବଳ ଶିକ୍ଷକ/ଶିକ୍ଷୟିତ୍ରୀ ଆସିବେ । ଶ୍ରେଣୀଗୃହ ପାଠପଢ଼ା ଫେବ୍ରୁଆରୀ ୨୮ ତାରିଖରୁ ଆରମ୍ଭ ହେବ । ସେ ପର୍ଯ୍ୟନ୍ତ ଅନଲାଇନ୍ ଶିକ୍ଷାଦାନ ଜାରି ରହିବ । ଏନେଇ ବିଭାଗୀୟ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

Leave a Reply